Latest Odisha News

BREAKING NEWS

ଆସନ୍ତାକାଲିଠାରୁ ଜଗମୋହନ ଓ ନାଟମଣ୍ଡପ ମରାମତି ନିର୍ଦ୍ଦେଶ

କଟକ: କାଲିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ଜଗମୋହନ ଓ ନାଟମଣ୍ଡପର ମରାମତି କାମ । ଆସନ୍ତାକାଲି ଅର୍ଥାତ ଗୁରୁବାର ଠାରୁ ତୁରନ୍ତ ଆରମ୍ଭ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତେବେ ଜାନୁଆରୀ ୨୪ରୁ କାମ ଆରମ୍ଭ କରିବାକୁ ଏଏସଆଇ ଚାହୁଁଥିଲା । ଏଏସଆଇର ଆବେଦନକୁ ଅଗ୍ରାହ୍ୟ କରିଛନ୍ତି କୋର୍ଟ ।

 

ପ୍ରତି ୧୫ ଦିନ ବ୍ୟବଧାନରେ ମରାମତିର ଅଗ୍ରଗତି ରିପୋର୍ଟ ଆମିକସ କ୍ୟୁରୀ ହାଇକୋର୍ଟକୁ ଜଣାଇବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଡିସେମ୍ବର ମାସ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।

 

ତେବେ ନଭେମ୍ବର ୮ ତାରିଖରେ ପୁରୀ ଜଗନ୍ନାଥ ମନ୍ଦିରର ଜଗାମୋହନ ମରାମତି ସମ୍ପର୍କରେ ଏଏସଆଇର ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ ଏହା ସହ ନଭେମ୍ବର ୧୫ ତାରିଖ ଦିନ ମରାମତି ସଂପର୍କିତ ସମ୍ପୂର୍ଣ୍ଣ ବିବରଣୀ ସତ୍ୟପାଠ ଜରିଆରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏଏସଆଇର ଆବେଦନକୁ ଆଜି ଅଗ୍ରାହ୍ୟ କରିଛନ୍ତି କୋର୍ଟ ।

Comments are closed.