Latest Odisha News

BREAKING NEWS

ମହାଦେବ ବେଟିଂ ଆପ୍ ବିବାଦରେ ଫସିବ କି ଡାବର ଗ୍ରୁପ? ଚେୟାରମ୍ୟାନ-ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ବିବାଦୀୟ ମହାଦେବ ବେଟିଂ ଆପ୍ ମାମଲାରେ ପ୍ରଥମେ ସେଲିବ୍ରେଟି ଓ ରାଜନେତାଙ୍କ ନାଁ ସାମ୍ନାକୁ ଆସିଥିଲା। କିନ୍ତୁ ଏବେ ଏହି ମାମଲାରେ ଅନେକ ବଡ଼ ବଡ଼ ବ୍ୟବସାୟୀ ମଧ୍ୟ ଯୋଡି ହୋଇଥିବା ଖବର ସାମ୍ନାକୁ ଆସିଛି। ଏପରିକି ଏଥିରେ ଅନେକ ବଡ଼ ବଡ଼ କମ୍ପାନୀ ଫସିଥିବା ତଦନ୍ତରୁ ଜଣାପଡିଛି। ଆୟୁର୍ବେଦ ଔଷଧ ପ୍ରସ୍ତୁତ କରୁଥିବା ଏଫଏମସିଜି ସେକ୍ଟରର ବଡ଼ କମ୍ପାନୀ ଡାବର ଗ୍ରୁପର ଟପ୍‌ ଅଧିକାରୀଙ୍କ ନାଁ ଏହି ମାମଲାରେ ସମ୍ପୃକ୍ତି ରହିଛି।

ମୁମ୍ବାଇ ପୋଲିସ ଏହି ମାମଲାରେ ୩୨ଜଣ ବିରୋଧରେ ମାମଲା ରୁଜୁ କରିଛି। ଏଥିରେ ଡାବର ଗ୍ରୁପର ଚେୟାରମ୍ୟାନ ମୋହିତ ବର୍ମନ ଓ ଡାଇରେକ୍ଟର ଗୌରବ ବର୍ମନ ମଧ୍ୟ ସାମିଲ ଅଛନ୍ତି। ଏହି ଦୁଇଜଣଙ୍କ ବିରୋଧରେ ଠକେଇ ଓ ଜୁଆ ଖେଳୁଥିବା ନେଇ ମାମଲା ରୁଜୁ ହୋଇଛି। ଏଫ୍ଆଇଆର୍ ଅନୁଯାୟୀ, ମହାଦେବ ବେଟିଂ ଆପ୍ ସ୍କାମରେ ମୋହିତ ବର୍ମନ ହେଉଛନ୍ତି ୧୬ ତମ ଅଭିଯୁକ୍ତ ଏବଂ ଗୌରବ ବର୍ମନ ୧୮ ନମ୍ବରରେ ଅଛନ୍ତି। ନଭେମ୍ବର ୭ ରେ ସାମାଜିକ କାର୍ଯ୍ୟକର୍ତ୍ତା ପ୍ରକାଶ ବ୍ୟାଙ୍କକର ଅଭିଯୋଗରେ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା। ଅଭିନେତା ସାହିଲ ଖାନଙ୍କୁ ଏଫଆଇଆରରେ ଅଭିଯୁକ୍ତ ନମ୍ବର ୨୬ ଭାବରେ ନାମିତ କରାଯାଇଛି। ସାହିଲ ଖାନ ମହାଦେବ ଅନଲାଇନ୍ ବେଟିଂ ଆପ୍ ସହିତ ଜଡିତ ଅନ୍ୟ ଏକ ବେଟିଂ ଆପ୍ ଚଳାଉଥିବା ଅଭିଯୋଗ ହୋଇଛି।

ଏହି ମାମଲାରେ ଡାବର କହିଛି ଯେ ବେଟିଂ ସହ ଜଡିତ ଅଭିଯୋଗ ଭିତ୍ତିହୀନ। ବର୍ମନ ପରିବାର ମୋହିତ ଭି ବର୍ମନ ଏବଂ ଗୌରବ ଭି ବର୍ମନଙ୍କ ବିରୋଧରେ ଏଭଳି ଅଭିଯୋଗ ଏବଂ ଏଫଆଇଆରକୁ ତୀବ୍ର ଅସ୍ୱୀକାର କରିଛନ୍ତି। ବର୍ମନ ପରିବାର ମୁଖପାତ୍ର ଏଭଳି ଅଭିଯୋଗ ଏବଂ ବର୍ମନ ପରିବାର ବିରୋଧରେ ଏଫଆଇଆରକୁ ତୀବ୍ର ଅସ୍ୱୀକାର କରିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଡାବର ମୁଖପାତ୍ର କହିଛନ୍ତି, “ଆମେ ଏଭଳି ଅଭିଯୋଗ ବିଷୟରେ କୌଣସି ସୂଚନା ପାଇ ନାହୁଁ। ଯଦି ଏହା ସତ, ତେବେ ଏହା ଏକ ଭିତ୍ତିହୀନ କାର୍ଯ୍ୟ ବୋଲି ମନେହୁଏ। ଏଥିରେ କୌଣସି ସନ୍ଦେହ ନାହିଁ।” ଆମେ ଏହି ଅଭିଯୋଗକୁ ଅସ୍ୱୀକାର କରୁଛୁ।

Comments are closed.