Latest Odisha News

ମଧ୍ୟପ୍ରଦେଶର ୨୩୦ ଏବଂ ଛତିଶଗଡର ୭୦ ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ:ମଧ୍ୟପ୍ରଦେଶର ୨୩୦ ଏବଂ ଛତିଶଗଡର ୭୦ ଆସନ ପାଇଁ ଆଜି ଚାଲିଛି ମତଦାନ । ଛତିଶଗଡର ପ୍ରଥମ ଚରଣ ମତଦାନ ନଭେମ୍ବର ୭ ତାରିଖ ହୋଇ ଯାଇଛି । ମଧ୍ୟପ୍ରଦେଶର ୨ ହଜାର ୫୩୩ ଏବଂ ଛତିଶଗଡର ୯୫୮  ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଇଭିଏମରେ ସିଲ ହେବ । ୬୪ ହଜାର ୬୨୪ ପୋଲିଂ ବୁଥରେ ସୁରକ୍ଷା ବ୍ୟବସ୍ଥା ପୁରା କଡାକଡି କରାଯାଇଛି । ନକ୍ସଲ ପ୍ରଭାବିତ ଅଞ୍ଚଳରେ ଦ୍ୱିପହର ତିନିଟା ଯାଏ ଭୋଟିଂ ହେବ । ମଧ୍ୟପ୍ରଦେଶ, ଛତିଶଗଡ ସମେତ ୫ ରାଜ୍ୟରେ ଡିସେମ୍ବର ୩ ତାରିଖରେ ଫଳାଫଳ ଘୋଷଣା କରାଯିବ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ  ମୋଦି ଟୁଇଟ କରି କହିଛନ୍ତି, ‘ଆଜି ମଧ୍ୟପ୍ରଦେଶର ସମସ୍ତ ବିଧାନସଭା ଆସନ ପାଇଁ ମତଦାନ ସଂଗ୍ରହ କରାଯିବ । ମୋର ବିଶ୍ୱାସ ରାଜ୍ୟର ସମସ୍ତ ଅଞ୍ଚଳର ଲୋକେ ଉତ୍ସାହର ସହ ଭୋଟ ଦେବେ । ଗଣତନ୍ତ୍ରର ଏହି ମହାପର୍ବକୁ ଉତ୍ସାହର ସହ ପାଳିବେ ।‘

ସେପଟେ ଗୃହମନ୍ତ୍ରୀ ଅମିତ ଶାହ ସମସ୍ତଙ୍କୁ ମତଦାନ ପାଇଁ ଅପିଲ କରିଛନ୍ତି । ମଧ୍ୟପ୍ରଦେଶର ସମସ୍ତ ଭାଇଭଉଣୀ ବିଶେଷକରି ଯୁବପୀଢିଙ୍କୁ ମତଦାନ ପାଇଁ ଅପିଲ କରି ପ୍ରଥମେ ମତଦାନ ପରେ ଜଳପାନ ବୋଲି କହିଛନ୍ତି ।

ମିଳିଥିବା ଖବର ଅନୁଯାୟୀ, ମଧ୍ୟପ୍ରଦେଶର ଝାବୁଆ ଅଞ୍ଚଳରେ ମତଦାନ ପୂର୍ବରୁ ହିଂସାକାଣ୍ଡ ଘଟିଛି । କଂଗ୍ରେସ ପ୍ରାର୍ଥୀ ବିକ୍ରାନ୍ତ ଭୁରିଆଙ୍କ ଗାଡି ଉପରକୁ କେହି ଦୁର୍ବୃତ୍ତ ପଥର ଫିଙ୍ଗିଥିବା ଜଣାଯାଇଛି ।

Comments are closed.