Latest Odisha News

BREAKING NEWS

ରାସ୍ତା ପାର ହେଉଥିଲେ, ପିଟି ଦେଲା ଟ୍ରକ: ଚାଲିଗଲା ୩ ଜୀବନ

ଅନୁଗୋଳ: ବିଳମ୍ବିତ ରାତିରେ ଦୁର୍ଘଟଣା । ରାସ୍ତା ପାର ହେଉଥିବବେଳେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା  । ଚାଲିଗଲା ୩ ଜଣଙ୍କ ଜୀବନ । ଦୁର୍ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ବରଗାପାଲିରେ । ଜଣେ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

BjdElectrycity

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡରୁ ଆସୁଥିବା ଏକ ଯାତ୍ରୀବାହୀ ବସର ଚକା ବରପାଲି ନିକଟରେ ପଙ୍କଚର ହୋଇଯାଇଥିଲା । ବସଟି ସୁନ୍ଦରଗଡରୁ ଭୁବନେଶ୍ୱର ଆସୁଥିଲା । ଫଳରେ ଯାତ୍ରୀମାନେ ବସରୁ ଓହ୍ଲାଇ ପଡିଥିଲେ । କିଛି ଯାତ୍ରୀ ରାସ୍ତା ପାର ହେଉଥିବାବେଳେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ସେମାନଙ୍କୁ ଧକକା ଦେଇଥିଲା ।

ଟ୍ରକଟି ୪ ଜଣଙ୍କୁ ଧକ୍କା ଦେଇଥିଲା । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  ତେବେ ରେଢ଼ାଖୋଲ ହସ୍ପିଟାଲରେ ୨ ଜଣ ଓ କିଶୋରନଗରରେ ଜଣଙ୍କ ମୃତ୍ୟୁ ଘଟିଛି । ୩ ମୃତକ ହେଲେ ଘନଶ୍ୟାମ ବାରିକ (ବ୍ରଜରାଜନଗର), ଆନନ୍ଦ ପ୍ରଧାନ (ସୁନ୍ଦରଗଡ଼) ଏବଂ ନୟନ କୁମାର ନାଏକ (ଲାଇକେରା, ଝାରସୁଗୁଡ଼ା)। ଖବର ପାଇ କିଶୋରନଗର ପୁଲିସ ଘଟଣାର ତଦନ୍ତ କରୁଛି ।

ଜଣଙ୍କ ଅବସ୍ଥା ଗୁରୁତର ଅଛି । ତାଙ୍କର ଚିକିତ୍ସା ଚାଲିିଛି  । ତାଙ୍କର ଅବସ୍ଥା ମଧ୍ୟ ଗୁରୁତର ଅଛି । ଦୁର୍ଘଟଣା ଘଟାଇ ଟ୍ରକଟି ଚମ୍ପଟ ମାରିଛି ।

Leave A Reply

Your email address will not be published.