ନୂଆଦିଲ୍ଲୀ: ବହୁ ପ୍ରାଚୀନ ଆମ ଜଗନ୍ନାଥ ସଂସ୍କୃତି । ମହାପ୍ରଭୂ ଜଗନ୍ନାଥ କେବଳ ଓଡିଆଙ୍କ ଠାକୁର ନୁହଁନ୍ତି , ସେ ହେଉଛନ୍ତି ସାରା ଜଗତର ଠାକୁର । ସେ ହେଉଛନ୍ତି ଭାବର ଠାକୁର । କୁହନ୍ତି ବିଶ୍ବାସ ସହକାରେ ଯିଏ ତାକୁ ଡାକିଛି , ସେ କେବେ ଖାଲି ହାତରେ ଫେରିନି । ପୁରୀରେ ରହିଛି ବିଶାଳ ଜଗନ୍ନାଥ ମନ୍ଦିର । ସକାଳ ହେଲେ ଜଗାକୁ ଦେଖିବା ପାଇଁ ବିଶ୍ବର କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଛୁଟେ । ଆମ ଜଗନ୍ନାଥ ମହାପ୍ରଭୁ, ଖାଲି ଓଡ଼ିଶାରେ ସୀମିତ ନୁହଁନ୍ତି। ଓଡ଼ିଶା ବାହାରେ ବହୁ ଅଣ ଓଡ଼ିଆମାନେ ବି ତାଙ୍କୁ ଭାରି ଭଲ ପାଆନ୍ତି। ଆମେ ଏମିତି କିଛି ମନ୍ଦିର ସମ୍ପର୍କରେ ଜାଣିବା ।
ଉତ୍ତରପ୍ରଦେଶର କାନପୁର ବେହଟା ଗାଁରେ ରହିଛି ମହାପ୍ରଭୂଙ୍କର ଭବ୍ୟ ମନ୍ଦିର । ଯେଉଁଠି ଆମ ଦିଅଁ ପାଣିପାଗ କଥା ବି କୁହନ୍ତି। କାହିଁ କେଉଁ ପ୍ରାଚୀନ କାଳରୁ ଏଠାରେ ଜଗନ୍ନାଥଙ୍କୁ ପୂଜା କରାଯାଉଛି। କୁହାଯାଏ ମନ୍ଦିରରେ ଥିବା ପ୍ରାଚୀନ ପଥର ବର୍ଷା ଏବଂ ମୌସୁମୀର ସଠିକ ଆକଳନ କରିଥାଏ। ଯେଉଁଥିପାଇଁ ଗାଁରେ ଭଲ ବର୍ଷା ହୁଏ। ଏହି ମନ୍ଦିର ମାନସୁନୀ ମନ୍ଦିର ନାଁରେ ମଧ୍ୟ ଜଣାଶୁଣା।
ଗ୍ରାମବାସୀଙ୍କ କହିବା ମୂତାବକ ଏହି ମନ୍ଦିରରୁ ସଙ୍କେତ ମିଳିଯାଇଥାଏ କି କେଉଁ ବର୍ଷ କେମିତି ବର୍ଷା ହେବ। ମୌସୁମୀ ଆସିବାର ୭ କିମ୍ବା ୮ ଦିନ ପୂର୍ବରୁ ମନ୍ଦିରରେ ଥିବା ଜଗନ୍ନାଥଙ୍କ ମୂର୍ତ୍ତି ଉପରେ ଆପେ ଆପେ ପାଣି ବୁନ୍ଦା ବୁନ୍ଦା ହୋଇ ପଡ଼ିଥାଏ। ସେଥିରୁ ହିଁ ଗାଁ ଲୋକେ ଜାଣିପାରନ୍ତି ଚଳିତବର୍ଷ କେତେ ମାତ୍ରାରେ ବର୍ଷା ହେବ। ମନ୍ଦିର ଉପରେ ଗାଁ ଲୋକଙ୍କର ପ୍ରଗାଢ ବିଶ୍ବାସ ରହିଛି ।
Comments are closed.