ଅହମ୍ମଦାବାଦ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଉଭୟ ଟିମଙ୍କ ପ୍ରଦର୍ଶନ ବିଚାରକୁ ନେଲେ କିଏ ଜିତିବ ତାର ଭବିଷ୍ୟବାଣୀ କରିବା କଷ୍ଟକର ବ୍ୟାପାର । ତେବେ ଫାଇନାଲ ମ୍ୟାଚରେ ଟସ ହାରିବା ଟିମ ଫାଇଦାରେ ରହିଛି । ଏ ପର୍ଯ୍ୟନ୍ତ ଖେଳା ଯାଇଥିବା ୧୨ଟି ବିଶ୍ୱକପରେ ଟସ ଜିତିଥିବା ଟିମ ୪ଥର ଓ ହାରିଥିବା ଦଳ ୮ଥର ଟାଇଟଲ ହାସଲ କରିଛି । ୧୯୮୭ରେ ଅଷ୍ଟ୍ରେଲିଆ, ୧୯୯୨ରେ ପାକିସ୍ତାନ, ୧୯୯୬ରେ ଶ୍ରୀଲଙ୍କା ଏବଂ ୨୦୦୭ରେ ଅଷ୍ଟ୍ରେଲିଆ ଟସ ଜିତି ଚାମ୍ପିୟନ ହୋଇଛି । ଅପରପକ୍ଷରେ ୧୯୭୫ ଓ ୭୯ରେ ୱେଷ୍ଟଇଣ୍ଡିଜ, ୧୯୮୩ରେ ଭାରତ, ୧୯୯୯, ୨୦୦୩ ଓ ୨୦୧୫ରେ ଅଷ୍ଟ୍ରେଲିଆ ଓ ୨୦୧୯ରେ ଇଂଲଣ୍ଡ ଟସ ହାରି ଟାଇଟଲ ହାସଲ କରିଛନ୍ତି ।
ତେବେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୮ଥର ଏବଂ ଚେଜ କରିବା ଟିମ ୪ଥର ଟାଇଟଲ ହାସଲ କରିବାରେ ସଫଳ ହୋଇଛନ୍ତି । ଘରୋଇ ପରିବେଶରେ ମ୍ୟାଚ ଖେଳାଯାଉଥିବାରୁ ଭାରତ ଏହି ପିଚ ସହ ଭଲ ଭାବେ ଅଭ୍ୟସ୍ତ ରହିଛି । ଯଦି ଦଳ ଟସ ଜିତେ ତେବେ ପିଚ ଅନୁସାରେ ନିଷ୍ପତି ନେବେ ଯାହାକି ସେମାନଙ୍କୁ ଫାଇଦାରେ ରଖିବ । ଅପରପକ୍ଷରେ ଅଷ୍ଟ୍ରେଲିଆ ଟିମ ଏବେ ବି ଭାରତୀୟ ପିଚକୁ ଭଲ ଭାବେ ପଢ଼ିବାରେ ଅନଭିଜ୍ଞ ରହିଛନ୍ତି ।
Comments are closed.