ବୌଦ୍ଧ: ସରକାରୀ କ୍ୱାଟର୍ସରୁ ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ । ବୁଟୁପାଲି ଅଞ୍ଚଳରେ ଥିବା ପୋଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ, ତାଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନାମୁତାବକ, ମୃତ ମହିଳା କନଷ୍ଟବଳ ହେଲେ ଚମ୍ପା ମେହର । ସେ ତାଙ୍କ ସ୍ବାମୀ ଓ 2 ପିଲାଙ୍କ ସହ ବୁଟୁପାଲି ପୋଲିସ କଲୋନୀର କ୍ୱାଟର୍ସ ରେ ରହୁଥିଲେ । ସକାଳେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ପରିବାର ଲୋକେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ହେଲେ ଡାକ୍ତର ଚମ୍ପା ମେହେରଙ୍କୁ ମୃତ ଘୋଷଣା କରିଥିଲେ ।
ତେବେ ଚମ୍ପାଙ୍କ ମୃତ୍ୟୁର କାରଣ ଜଣାପଡିନଥିବାବେଳେ, ଏହା ପଛରେ କଣ କାରଣ ଥାଇପାରେ ସେନେଇ ଚମ୍ପାଙ୍କ ସ୍ବାମୀଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।
Comments are closed.