Latest Odisha News

BREAKING NEWS

ମାତ୍ର ୩୫୦ଟଙ୍କା ପାଇଁ ନାବାଳକକୁ ବିଭତ୍ସ ହତ୍ୟା ! ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ : ମାତ୍ର ୩୫୦ ଟଙ୍କା ପାଇଁ ନାବାଳକକୁ ବିଭତ୍ସ ହତ୍ୟା  । ଏମିତି କିଛି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ୱେଲକମ ଅଞ୍ଚଳରେ ।  ସୂଚନା ଅନୁସାରେ ଭତକାଲି ରାତିରେ ଓ୍ବେଲକମ୍ ଅଞ୍ଚଳର ଜଣେ ନାବାଳକ ଅନ୍ୟ ଜଣେ ନାବାଳକକୁ କୌଣସି କାମ ପାଇଁ ୩୫୦ ଟଙ୍କା ମାଗିଥିଲା  । କିନ୍ତୁ ନାବାଳକ ଜଣଙ୍କ ଟଙ୍କା ଦେବାକୁ ମନା କରିଦେବାରୁ ନାବାଳକ ଜଣକ ଏତେ ରାଗି ଯାଇଥିଲା ଯେ ହତ୍ୟା କରିବାକୁ ବି ପଛାଇନଥିଲା ।

ନାବାଳକ ଜଣକ ଏକ ଛୁରୀରେ ବିଭତ୍ସ୍ ଭାବେ ହତ୍ୟା କରିଥିଲା । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଥରେ କିମ୍ବା ଦୁଇ ଥର ନୁହେଁ ୬୦ ଥର ଅଭିଯୁକ୍ତ ଜଣକ ନାବାଳକଟିକୁ ଆକ୍ରମଣ କରିଥିଲା । ମୃତ ନାବାଳକ ଜଣଙ୍କ ଜାଫରବାଦର ବାସିନ୍ଦା ବୋଲି ସୂଚନା ମିଳିଛି । ଆଜି ସକାଳେ ଦିଲ୍ଲୀ ପୋଲିସ ଅଭିଯୁକ୍ତ ନାବାଳକ ବିରୋଧରେ ଏକ ମାମଲା ରୁଜ୍ଜୁ କରିବା ସହ  ଗିରଫ କରିଛି ।

Comments are closed.