Latest Odisha News

ଅନ୍ଦାଜ ୨ର ଶୁଟିଂ ପାଇଁ ସୁନୀଲ ପ୍ରସ୍ତୁତ

ମୁମ୍ବାଇ: ବଲିଉଡରେ ଏବେ ସୀକ୍ୱେଲର ଯୁଗ ଚାଲିଛି । ଗଦର ୨, ଓଏମଜି ୨, ଫୁକରେ ୩ ଓ ଡ୍ରିମ ଗର୍ଲ ୨ରେ ଏବେ ଅନ୍ଦାଜର ସୀକ୍ୱେଲ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଧର୍ମେଶ ଦର୍ଶନ ଧଡକନ ୨ ଏବଂ ତାଙ୍କ ଭାଇ ସୁନୀଲ ଦର୍ଶନ ଅନ୍ଦାଜର ସୀକ୍ୱେଲ ଆରମ୍ଭ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି । ୨୦୦୩ରେ ରିଲିଜ ହୋଇଥିବା ଅନ୍ଦାଜ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ଲାରା ଦତା ଓ ପ୍ରିୟଙ୍କା ଚୋପ୍ରା ଅଭିନୟ କରିଥିଲେ । ଅନ୍ଦାଜ ୨ରେ ୩ଜଣ ନୂଆ କଳାକାରଙ୍କୁ ସୁଯୋଗ ପ୍ରଦାନ କରାଯିବ । ସେ କିନ୍ତୁ ସେମାନଙ୍କ ନାମ ଘୋଷଣା କରି ନାହାନ୍ତି । ଏହାର ସଙ୍ଗୀତ ନଦୀମ ଦେବେ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ରାଜ କନୱର ଦ୍ୱାରା ନିର୍ଦ୍ଦେଶିତ ଅନ୍ଦାଜ ଜଣେ ପୁରୁଷ ଓ ୨ଜଣ ମହିଳାଙ୍କ ପ୍ରେମ ତ୍ରିିକୋଣ ଉପରେ ଆଧାରିତ ଥିଲେ । ୨୦୦୩ରେ ଏହାର ବିତରଣ ଦାୟିତ୍ୱ ସୁନୀଲ ନିଜେ କରିଥିଲେ । ନୂଆ ଧରଣର କାହାଣୀ ଯୋଗୁ ଦର୍ଶକ ଏହାକୁ ବେଶ ପସନ୍ଦ କରିଥିଲେ ଏବଂ ଫିଲ୍ମଟି ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିଲେ ।

Comments are closed.