Latest Odisha News

BREAKING NEWS

ଶେଷ ପର୍ଯ୍ୟାୟରେ ଉତ୍ତରକାଶୀ ଟନେଲ୍ ରେସକ୍ୟୁ, କିଛି କ୍ଷଣ ମଧ୍ୟରେ ଉଦ୍ଧାର ହେବେ ୪୧ ଶ୍ରମିକ

ଉତ୍ତରକାଶୀ: ଶେଷ ପର୍ଯ୍ୟାୟରେ ଉତ୍ତରକାଶୀ ଟନେଲ୍ ରେସକ୍ୟୁ। ଟନେଲ ଭିତରକୁ ପଶିଲେ ଏନଡିଆରଏଫ ଓ ଆମ୍ବୁଲାନ୍ସ। ଦଉଡ଼ି ଓ ସିଡ଼ି ମଧ୍ୟ ଟନେଲ ଭିତରକୁ ପ୍ରବେଶ କରିଥିବା ସୂଚନା ରହିଛି। ସମାନ୍ତରାଳ ପାଇପ ପଶିବା କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଯେ କୌଣସି ମୁହୂର୍ତ୍ତରେ ବାହାରକୁ ଆସିପାରନ୍ତି ୪୧ ଶ୍ରମିକ। ଏଥିପାଇଁ ଆଉ ଅଳ୍ପ ସମୟ ବାକି ରହିଥିବା ବେଳେ ଟନେଲ ନିକଟରେ ସ୍ଥାନୀୟ ଲୋକଙ୍କ ସମାଗମ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ ଟନେଲ ଭିତରେ ଫସିଥିବା ଶ୍ରମିକଙ୍କ ପାଖଯାଏଁ ପହଞ୍ଚିଲା ପାଇପ୍‌। ମାନୁଆଲ୍‌ ମାଇନିଂ ଜରିଆରେ ଶେଷ ପର୍ଯ୍ୟାୟ ଖୋଳା ଶେଷ ହୋଇଛି। ଆଉ କିଛି କ୍ଷଣ ମଧ୍ୟରେ ବାହାରକୁ ବାହାରିବେ ୪୧ ଶ୍ରମିକ। ଶ୍ରମିକମାନେ ବାହାରିଲେ ବାଣ ଫୁଟାଇ ସେଲିବ୍ରେସନ କରିବେ କହିଲେ ସ୍ଥାନୀୟ ବାସିନ୍ଦା। ସୂଚନା ଅନୁଯାୟୀ ଶୀଘ୍ର ଜଣକ ପରେ ଜଣେ ଶ୍ରମିକଙ୍କୁ ପାଇପ୍‌ ଜରିଆରେ ବାହାର କରାଯିବ।

ପୂର୍ବ ପ୍ରସ୍ତୁତି ଅନୁଯାୟୀ ସେମାନଙ୍କୁ ହସ୍ପିଟାଲ ନିଆଯିବ। ଏନେଇ ପ୍ରସ୍ତୁତ ରହିଛି ହସ୍ପିଟାଲ ଏବଂ ବେଡ୍। ଶ୍ରମିକ ବାହାରିବା ପରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ସିଏମ୍‌ଓ ନିର୍ଦ୍ଦେଶରେ ଓଡ଼ିଆ ଶ୍ରମିକଙ୍କ ବ୍ୟବସ୍ଥା କରାଯିବ। ଏନେଇ ସୂଚନା ଦେଇଛନ୍ତି ଘଟଣାସ୍ଥଳରେ ଥିବା ଶ୍ରମ ମନ୍ତ୍ରୀ ସାରଦା ନାୟକ।

Comments are closed.