ଭୁବନେଶ୍ୱର: ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ପ୍ରତ୍ୟାହୃତ। ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହୃତ କଲା ଘରୋଇ ବସ୍ ମାଲିକ ସଂଘ। ଆଜି ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଘରୋଇ ବସ୍ ମାଲିକ ସଂଘର ଦାବିକୁ ନେଇ ଆଲୋଚନା ହୋଇଥିଲା।
ଏହି ଆଲୋଚନାରେ ଲକ୍ଷ୍ମୀ ବସଗୁଡିକ ବ୍ଲକରୁ ଜିଲ୍ଲାକୁ ଚଲାନଯିବା ସରକାର ମାନି ନେଇଥିବା ଜଣାପଡିଛି। ତେବେ ପ୍ରାଥମିକ ଭାବରେ ଗଜପତି, ଭବାନୀପାଟଣା, ରାୟଗଡାରେ ଚାଲୁଥିବା ଲକ୍ଷ୍ମୀ ବସଗୁଡିକ ପଞ୍ଚାୟତରୁ ବ୍ଲକକୁ ଚାଲୁଛି। ଆଗକୁ ନବରଙ୍ଗପୁର ଏବଂ କୋରାପୁଟରେ ମଧ୍ୟ ଲକ୍ଷ୍ମୀ ବସ ପଞ୍ଚାୟତରୁ ବ୍ଲକକୁ ଚାଲିବା ନେଇ ନିଷ୍ପତ୍ତି ହୋଇଛି।
ମୋ ବସ୍ ସଂପର୍କରେ ନିଷ୍ପତ୍ତି ପାଇଁ ଏକ କମିଟି ଗଠନ କରାଯିବ। ତେବେ ୭ ଦିନ ମଧ୍ୟରେ ବୈଠକ ବସିବା ନେଇ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବୈଠକରେ ମୋ ବସ୍ ଚଳାଚଳ ରୁଟକୁ ନେଇ ନିଷ୍ପତ୍ତି ନିଆଯିବା ନେଇ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.