Latest Odisha News

ଅନଲାଇରେ ମଗେଇଥିଲେ ରୋଷେଇ ସାମଗ୍ରୀ, ହେଲେ ପ୍ୟାକେଟ ଖୋଲି ଦେଖିଲା ବେଳକୁ ଖସିଗଲା ପାଦ ତଳୁ ମାଟି

ଇଂଲଣ୍ଡର ଜଣେ ବ୍ୟକ୍ତି ୧୮୬ ଡଲାର ଖର୍ଚ୍ଚ କରି ସପ୍ତାହକ ପାଇଁ ଅନଲାଇନରେ ରୋଷେଇ ସାମଗ୍ରୀ ମଗାଇଥିଲେ । ହେଲେ ପ୍ୟାକେଟ ଖୋଲି ଦେଖିଲା ବେଳକୁ ହୋଇଗଲେ ଆଶ୍ଚର୍ଯ୍ୟ ।

ନୂଆଦିଲ୍ଲୀ: ଆଜିଲାକି ପୋଷାକ ଠାରୁ ଆରମ୍ଭ କରି ରୋଷେଇ ସାମଗ୍ରୀ ଏପରିକି ମାଟି ମଧ୍ୟ ଅନଲାଇନରେ ମିଳିଲାଣି । ଏସବୁକୁ ଘରେ ବସି ଅତି ସହଜରେ ଅନଲାଇନରେ ମଗାଯାଇପାରୁଛି । ଧିରେ ଧିରେ ସମସ୍ତେ ପ୍ରାୟ ଅନଲାଇନ କିଣା ବିକାରେ ମଧ୍ୟ ଯୋଡି ହୋଇଗଲେଣି । କିନ୍ତୁ ଏହାରି ଭିତରେ ଏପରି ବହୁ ଲୋକ ଅଛନ୍ତି ଯେଉଁମାନେ ଆଜି ମଧ୍ୟ ବଜାର ଯାଇକି ଭଲ ମନ୍ଦ ପରଖି ଜିନିଷ କିଣିବାକୁ ପସନ୍ଦ କରନ୍ତି । କାରଣ ଏମାନଙ୍କ ମତରେ ବଜାର ଯାଇ ଜିନିଷ କିଣିଲେ ତାହାକୁ ନିଜେ ପରଖି ଭଲ ଜିନିଷ କିଣିହେବ ଯାହାକି ଅନଲାଇନରେ ସମ୍ଭବ ହେବ ନାହିଁ । ବେଳେ ବେଳେ ଏମାନଙ୍କ ମତ୍ ଠିକ ମଧ୍ୟ ଲାଗିଥାଏ, ଯେତେବେଳେ ଆମେ ଅନଲାଇନରେ ମଗାଇଥିବା ଜିନିଷ ଭୁଲ କିମ୍ବା ଖରାପ ବାହାରିଥାଏ । ଗ୍ରୋସରୀ ଜିନିଷ କିଣିବା ବେଳେ ଅନଲାଇନରେ କେବେ କେବେ ପୁରୁଣା କିମ୍ବା ଏକ୍ସପାରି ଡେଟ ଚାଲିଯାଇଥିବା ଜିନିଷ ଆସିଥାଏ । ତେବେ ଇଂଲଣ୍ଡର ବ୍ଲାକବର୍ନ ସହରରେ ଜଣେ ବ୍ୟକ୍ତି ଅନଲାଇନରେ ଗ୍ରୋଦରୀ ଜିନିଷ ମାଗାଇଥିଲେ । ଆସିଥିବା ପ୍ୟାକେଟକୁ ଖୋଲି ଦେଖିବା କ୍ଷଣି ସତେ ଯେପରି ତାଙ୍କର ପାଦ ତଳୁ ମାଟି ଖସି ଯାଇଥିଲା ।

ପ୍ରକୃତରେ ୫୯ ବର୍ଷିୟ ସ୍ମିଥ ନାମକ ଜଣେ ବ୍ୟକ୍ତି ୧୮୬ ଡଲାରର ସପ୍ତାହକ ପାଇଁ ରୋଷେଇ ସାମଗ୍ରୀ ମଗାଇଥିଲେ । ଏହି ଅର୍ଡର ତାଙ୍କ ଘରେ ପହଞ୍ଚିଲା ପରେ ସେ ଅର୍ଡରଟିକୁ ଖୋଲି ଦେଖିଲା ବେଳକୁ ସେଥିରେ ମଣିଷ ବିଷ୍ଠା ଥିଲା । କଣ ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି ? ଆଶ୍ଚର୍ଯ୍ୟ ଲାଗିଲେ ବି କଥା ଟା ସତ୍ୟ । ପ୍ୟାକେଟ ଭିତରେ ଗ୍ରୋସରି ଜିନିଷ ରହିବା ବଦଳରେ ମଣିଷ ବିଷ୍ଠା ରହିବା ଦେଖି ସ୍ମିଥ ମଧ୍ୟ ଆଶ୍ଵର୍ଯ୍ୟ ହୋଇଯାଇଥିଲେ ।

ସ୍ମିଥଙ୍କ କହିବା ଅନୁସାରେ ସେ ଯେତେବଳେ ପ୍ୟାକେଟଟିକୁ ଖୋଲିଲେ ସେତେବଳେ ସମସ୍ତ ବିଷ୍ଠା ଘରଯାକ ପଡିଗଲା । ସେଥିରୁ ପ୍ରବଳ ଦୁର୍ଗନ୍ଧ ମଧ୍ୟ ବାହାରୁଥିଲା । ଯାହାକୁ ଦେଖି ସ୍ମିଥ ପୁରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଏହାପରେ ଦ୍ଵିତୀୟ ପ୍ୟାକେଟ ଖୋଲି ଦେଖିବା ବେଳକୁ ସେଥିରେ ମଧ୍ୟ ବିଷ୍ଠା ଥିଲା ।

ସ୍ମିଥ ଯେଉଁ ଅନଲାଇନ ଡେଲିଭରୀ ଆପରୁ ଅର୍ଡର କରିଥିଲେ ସଙ୍ଗେ ସଙ୍ଗେ ସେଠାକୁ ଫୋନ କରି ଏବିଷୟରେ କହିଲେ । ଏବଂ ଜଲ୍ଦି ଆସି ଘରେ ପଡିଥିବା ସେସବୁକୁ ସଫା କରିବାକୁ କହିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏଇଆ ଯେ ଏତେ ସବୁ କିଛି ହେଲା ପରେ ମଧ୍ୟ ସ୍ମିଥଙ୍କୁ ପେମେଣ୍ଟ ହୋଇଥିବା ଟଙ୍କା ମିଳିଲାନି । ଏହାପରେ ସ୍ମିଥ ସେହି ଡେଲିଭରୀ କମ୍ପାନୀ ନାଁରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏନେଇ ତଦନ୍ତ ଚଳାଇଛି ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ଜଣେ ମହିଳା ଅନଲାଇନରେ ପନିପରିବା ମଗେଇଥିଲେ । ପ୍ୟାକେଟ ଖୋଲି ଦେଖିଲା ବେଳକୁ ପରିବା ଭିତରେ ଏକ ମୃତ ବେଙ୍ଗ ଥିବା ଦେଖିବାକୁ ପାଇଥିଲେ ।

Comments are closed.