Latest Odisha News

କିଛି ଖାସ କରିପାରିଲା ନାହିଁ ଆପ

ନୂଆଦିଲ୍ଲୀ: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳ ବାହାରି ସାରିଛି । ପ୍ରଥମ ୩ଟିରେ ବିଜେପି ଓ ତେଲେଙ୍ଗାନାରେ କଂଗ୍ରେସ ବାଜି ମାରିଛି । ଏହି ନିର୍ବାଚନଗୁଡିକରେ ଆମ ଆଦମୀ ପାର୍ଟି ମଧ୍ୟ ଜୋରସୋରରେ ନିର୍ବାଚନ ରଣାଙ୍ଗାନାକୁ ଓହ୍ଲାଇଥିଲା । ମାତ୍ର ବିଜେପି ଓ ନରେନ୍ଦ୍ର ମାଦିଙ୍କ ହାୱା ଆଗରେ ଏହା ତିଷ୍ଠି ପାରି ନ ଥିଲା । ଦିଲ୍ଲୀ, ପଞ୍ଜାବ ଶୈଳୀରେ ମାଗଣା ବିଜୁଳି, ପାଣି ଓ ଶିକ୍ଷାର ଘୋଷଣା ମଧ୍ୟ ଆପ କରିଥିଲା । ମାତ୍ର ଏହା ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି । ଏମପିରେ ୭୦, ରାଜସ୍ଥାନରେ ୮୮ ଓ ଛତିଶଗଡରେ ୫୭ ସିଟରେ ଆପ ପ୍ରାର୍ଥୀ ଦେଇଥିଲା । ଆପ ତେଲେଙ୍ଗାନାରେ ପ୍ରାର୍ଥୀ ଦେଇ ନ ଥିଲା । ଉପରୋକ୍ତ ୩ଟି ରାଜ୍ୟରେ ମାତ୍ର ଜଣେ ବି ଜିତି ନ ପାରିବା ଆପ ଶିବିରକୁ ନିରାଶ କରିଛି ।

ଦିଲ୍ଲୀ ମୂଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବର ଭାଗବତ ମାନଙ୍କ ସମେତ ଅନ୍ୟ ବରିଷ୍ଠ ନେତା ବଡ ବଡ ର‌୍ୟାଲୀ ମଧ୍ୟ କରିଥିଲେ । ରାଷ୍ଟ୍ରୀୟ ପାର୍ଟି ମାନ୍ୟତା ପାଇବା ପରେ ଆପ ନିଜ ସ୍ଥିତି ସାରା ଦେଶରେ ବିସ୍ତାର କରିବାକୁ ଚାହୁଁଛି । ମାତ୍ର ଏହି ନିର୍ବାଚନ ସେମାନଙ୍କୁ ଶକ୍ତ ଧକ୍କା ଦେଇଛି । ଛତିଶଗଡରେ ଆପକୁ ୦.୯୪, ମଧ୍ୟପ୍ରଦେଶରେ ୦.୪୩ ଓ ରାଜସ୍ଥାନରେ ୦.୩୮ ପ୍ରତିଶତ ଭୋଟ ମିଳିଥିଲା ।

Comments are closed.