Latest Odisha News

BREAKING NEWS

ଲାରା କହିଲେ କିଏ ତାଙ୍କ ୪୦୦ ଓ ୫୦୧ ରନର ରେକର୍ଡ ଭାଙ୍ଗି ପାରିବେ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା ତାଙ୍କ ୪୦୦ ଓ ୫୦୧ ରନର ରେକର୍ଡ କିଏ ଭାଙ୍ଗିପାରିବ ତାର ଖୁଲାସା କରିଛନ୍ତି । ବିରାଟ କୋହଲି କିମ୍ବା ରୋହିତ ଶର୍ମା ନୁହେଁ ଶୁଭମନ ଗିଲ ଏହି ରେକର୍ଡ ଭାଙ୍ଗିବେ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି । ଲାରା ଟେଷ୍ଟରେ ଗୋଟିଏ ଇନିଂସରେ ୪୦୦ ରନ ଓ ପ୍ରଥମ ଶ୍ରେଣୀ କ୍ରିକେଟରେ ୫୦୧ ରନର ଇନିଂସ ଖେଳି କୀର୍ତିମାନ ସ୍ଥାପନ କରିଛନ୍ତି । ଏହି ରେକର୍ଡ ଏବେ ବି ଭାଙ୍ଗି ନାହିଁ । ଲାରା ସ୍ପଷ୍ଟ ଭାବେ କହିଛନ୍ତି ଗିଲ ବର୍ତମାନ ପିଢ଼ୀର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ । ତାଙ୍କ ଶଟ ଖେଳିବା ଦକ୍ଷତା ଅଦ୍ଭୁତ । ସବୁଠାରୁ ମଜାର କଥା ହେଲା ଗିଲ ଏବେ ବି ଟେଷ୍ଟ କ୍ରିକେଟରେ ସେ ଭଳି ଆଖି ଦୃଶିଆ ପ୍ରଦର୍ଶନ କରି ନାହାନ୍ତି । ସେ ୧୮ ମ୍ୟାଚରେ ୩୨ ଆଭରେଜରେ ୯୬୬ ରନ କରିଛନ୍ତି ।

ଗିଲ ଏବେ ଟେଷ୍ଟରେ ଭାରତ ପକ୍ଷରୁ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରୁଛନ୍ତି । ଏଥିରେ କେବଳ ଗୋଟିଏ ଶତକ ସାମିଲ । ଅବଶ୍ୟ ଦିନିକିଆ ଓ ଟି୨୦ରେ ସେ ଭଲ ପ୍ରଦର୍ଶନ ଜାରୀ ରଖିଛନ୍ତି । ଲାରା କହିଛନ୍ତି ଭାରତ ଆଗାମୀ ଦିନରେ ଅନେକଗୁଡିଏ ଆଇସିସି ଟ୍ରଫି ଜିତିବ । ଭଲ ପ୍ରଦର୍ଶନ ସତ୍ୱେ ଭାରତ ଆଇସିସି ଟ୍ରଫି ଜିତି ନ ପାରିବା ଏବେ ବି ପ୍ରଶଂସକଙ୍କୁ ନିରାଶ କରୁଛି । ଲାରାଙ୍କ ବୟାନ ଗିଲଙ୍କ ମନୋବଳ ବଢ଼ାଇବ ବୋଲି କ୍ରିକେଟ ସମୀକ୍ଷକମାନେ ଆଶା ପୋଷଣ କରିଛନ୍ତି । ୨୪ ବର୍ଷୀୟ ଏହି ଖେଳାଳି ଆଗାମୀ ଦିନରେ ଭାରତୀୟ ବ୍ୟାଟିଂ ମୂଖ୍ୟ କର୍ଣ୍ଣଧାର ସାଜିବେ ବୋଲି ଲାରା କହିଛନ୍ତି ।

Comments are closed.