Latest Odisha News

BREAKING NEWS

୮୦୦ ବର୍ଷର ସୁନା ଗଛ,ଦେଖିବାକୁ ଲୋକଙ୍କ ଭିଡ଼

ଦକ୍ଷିଣ କୋରିଆ: ଗଛ କଟା ହେବା ଯୋଗୁ ଗ୍ଲୋବାଲ ୱାର୍ମିଂ ସମସ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । କେଉଁଠି ଜଙ୍ଗଲ କାଟି ସଫା କରି ଦିଆଯାଉଛି । କିନ୍ତୁ ମନୁଷ୍ୟ ଜାଣିବା ଦରକାର ନିଜ ପାଇଁ ଗଛ ଏବଂ ଉଦ୍ଭିଦ ଗୁରୁତ୍ୱପୂର୍ଣ୍ଣ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏପରି ଏକ ଗଛ ରହିଛି ଯାହା ୮୦୦ବର୍ଷ ପୁରୁଣା । ଏହି ଗଛଟି ହେଉଛି ଗୋଲଡେନ ଟ୍ରି ବା ସୁନାର ଗଛ । ଯାହା ଦେଖିବାକୁ ଖୁବ୍ ସୁନ୍ଦର । ଏହାକୁ ଦେଖିବାକୁ ପ୍ରତ୍ୟେକ ଦିନ ପର୍ଯ୍ୟଟକଙ୍କ ଭିଡ଼ ଜମେ । ଗଛଟିର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଏହି ଗୋଲଡେନ ଟ୍ରିର ନାମ ହେଉଛି ‘ଗିଙ୍କଗୋ ଗଛ’ । ଦକ୍ଷିଣ କୋରିଆର ବଙ୍ଗୟେ-ରି ଗ୍ରାମରେ ଏହି ଗଛଟି ଅଛି । ଏହି ଗଛଟି ୮୦୦ ବର୍ଷ ପୁରୁଣା । ଗଛର ରଙ୍ଗ ସବୁଜ ନୁହେଁ ସୁନା ପରି ହଳଦିଆ ରଙ୍ଗର । ଯାହାଦ୍ୱାରା ଆକର୍ଷିତ ହୋଇ ଦୂରଦୂରରୁ ବହୁ ପର୍ଯ୍ୟଟକ ଏହି ଗାଁକୁ ଆସିଥାନ୍ତି । କୁହାଯାଉଛି କି, ଡାଇନୋସର ସମୟରୁ ଏହି ଗଛ ପୃଥିବୀରେ ରହିଛି । ଏହି ଗଛର ପତ୍ରକୁ ଚାଇନାରେ ପାରମ୍ପାରିକ ଔଷଧ ତିଆରିରେ ବ୍ୟବହାର କରାଯାଏ ।

Comments are closed.