Latest Odisha News

BREAKING NEWS

କିଏ କହିଲେ କୋହଲିଙ୍କୁ ସ୍ୱାର୍ଥପର କହୁଥିବା ବ୍ୟକ୍ତି ତାଙ୍କୁ ଈର୍ଷା କରୁଛନ୍ତି

ନୂଆଦିଲ୍ଲୀ: ବିରାଟ କୋହଲି ଦିନିକିଆ ବିଶ୍ୱକପ କ୍ରିକେଟରେ ସଚିନ ତେନ୍ଦୁଲକର ୪୯ ଶତକ ରେକର୍ଡ ଭାଙ୍ଗି ଦେଇଛନ୍ତି । କୋହଲିଙ୍କ ଓଭରାଲ ଆନ୍ତର୍ଜାତୀୟ କ୍ରିକେଟରେ ୮୦ ଶତକ ହାସଲ କରିଛନ୍ତି । ସଚିନଙ୍କ ୧୦୦ ଶତକ ରେକର୍ଡ ଭାଙ୍ଗିବା ତାଙ୍କ ପକ୍ଷେ ଏତେଟା ସହଜ ହେବ ନାହିଁ ବୋଲି ମହାନ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା କହିଛନ୍ତି । କୋହଲିଙ୍କ ପ୍ରଦର୍ଶନ ସ୍ୱାର୍ଥଭିତିକ ବୋଲି ଯେଉଁମାନେ କହୁଛନ୍ତି ସେମାନଙ୍କ କ୍ରିକେଟ ଜ୍ଞାନ କମ । କୋହଲିଙ୍କ ପ୍ରଦର୍ଶନକୁ ସେମାନେ ଈର୍ଷା କରୁଛନ୍ତି । କୋହଲି ୩୫ ବର୍ଷ ବୟସରେ ଯେଉଁ ସବୁ ଉପଲବ୍ଧି ହାସଲ କରିଛନ୍ତି ତାହା ନିଶ୍ଚିତ ଭାବେ ଏତେ ସହଜ କଥା ନୁହେଁ ।

ଏବେ ସେ ଦିନିକିଆ ଓ ଟି୨୦ କ୍ରିକେଟ ଖେଳିବା ନେଇ ଦ୍ୱନ୍ଦ୍ୱରେ ଅଛନ୍ତି । ସଚିନଙ୍କ ରେକର୍ଡ ଭାଙ୍ଗିବାକୁ ହେଲେ ତାଙ୍କୁ ଆହୁରି ୫ ବର୍ଷ ଟେଷ୍ଟ କ୍ରିକେଟ ଖେଳିବାକୁ ହେବ । ପ୍ରତ୍ୟେକ ବର୍ଷ ୪ରୁ୫ ଶତକ ହାସଲ କଲେ ସେ ଏହି ରେକର୍ଡ ଭଙ୍ଗ କରିପାରିବେ । ସେଥିପାଇଁ ଫର୍ମ ଓ ଫିଟନେସ ବଜାୟ ରଖିବା ଜରୁରୀ । ୨୦ ଶତକ ହାସଲ କରିବା ଏତେଟା ସହଜ ହେବନି ବୋଲି ଲାରା କହିଛନ୍ତି । କିଛି ଦିନ ତଳେ ପାକିସ୍ତାନ ର ପୂର୍ବତନ ଖେଳାଳି ମହମ୍ମଦ ହାଫିଜ କୋହଲିଙ୍କୁ ସ୍ୱାର୍ଥପର ବ୍ୟାଟ୍ସମ୍ୟାନ କହିଥିଲେ ।

Comments are closed.