Latest Odisha News

ହାତଠାରି ଡାକୁଥିଲା ମୃତ୍ୟୁ ହେଲେ ଭଗବାନଙ୍କ ଇଚ୍ଛା ଥିଲା କିଛି ଅଲଗା

ବାଙ୍କୀ : କଥାରେ ଅଛି ରଖେ ହରି ତ ମାରେ କିଏ  । ଧରାପୃଷ୍ଠରେ ଯିଏ ଜନ୍ମ ନେଇଛି ମାନେ , ମୃତ୍ୟୁ ସୁନିଶ୍ଚିତ  । ଏହା ନିରାଟ ସତ୍ୟ ହେଲେ  । ହେଲେ ଭଗବାନଙ୍କ ଇଚ୍ଛା ଆଗରେ ସବୁ କିଛି ଫେଲ ମାରିଥାଏ  । ଏମିତି କିଛି ଘଟଣା ଦେଖିବାକୁ କଟକ ଜିଲ୍ଲା ବାଙ୍କୀ ସୁବର୍ଣ୍ଣପୁର ଜାତମୁଣ୍ଡିଆ ବ୍ରିଜ ନିକଟରେ  । ସୂଚନା ଅନୁସାରେ ଆଜି ଜଣେ ଯୁବକ ଭୁବନେଶ୍ବରରୁ ନିଜ ବାଇକରେ ଆସି ବାଇକକୁ ବାଙ୍କୀ ସୁବର୍ଣ୍ଣପୁର ଜାତମୁଣ୍ଡିଆ ବ୍ରିଜ ଉପରେ ରଖିଥିଲେ । ଏବଂ ଆତ୍ମହତ୍ୟା କରିବାକୁ ମହାନଦୀକୁ ଡେଇଁ ପଡିଥିଲେ ।

ଯୁବକଙ୍କୁ ପାଣି ଭିତରକୁ ଡେଇଁବା ଦେଖି ସେଠାରେ ଥିବା କିଛି ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପରେ ଅଗ୍ନିଶମବାହିନୀ ଓ ସୁବର୍ଣ୍ଣପୁର ଫାଣ୍ଡି ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ । ସାଙ୍ଗ ମାନଙ୍କ ସହ ଝଗଡାକୁ ନେଇ ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ପୋଲିସ ଯୁବକଙ୍କ ବାଇକକୁ ଜବତ କରି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି । ସେପଟେ ମହାନଦୀରେ ପାଣି କମ୍ ଥିବାରୁ ଯୁବକ ଜଣଙ୍କ ସମ୍ପୂର୍ଣ୍ଣ ବୁଡି ପାରିନଥିଲେ  । ବର୍ତ୍ତମାନ ଯୁବକ ଜଣଙ୍କ ସୁସ୍ଥ ଥିବା ଜଣାପଡିଛି ।

Comments are closed.