Latest Odisha News

BREAKING NEWS

୨୦୦ କୋଟିର ବଟି ଆଦାୟ ମାମଲା, ପୁଣି ନୋରାଙ୍କୁ ଦିଲ୍ଲୀ କୋର୍ଟଙ୍କ ସମନ୍

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ନୃତ୍ୟାଙ୍ଗନା ନୋରା ଫତେହିଙ୍କୁ ପୁଣି ସମନ୍ । ନଭେମ୍ବର ୬ରେ କୋର୍ଟରେ ହାଜର ପାଇଁ ତାଗିଦ୍ । ଅଦାଲତକୁ ହାଲୁକା ଭାବେ ନିଅନ୍ତୁ ନାହିଁ ବୋଲି କୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ୨ଶହ କୋଟି ଟଙ୍କାର ବଟି ଆଦାୟ ମମାଲା ଏବଂ ଏଥିରେ ଠକ ସୁକେଶ ଚନ୍ଦ୍ରଶେଖର ସହ ଲିଙ୍କ ଅଭିଯୋଗରେ ଦିଲ୍ଲୀର ରାଉସ ଆଭେନୁ୍ୟ କୋର୍ଟ ସୋମବାର ନୋରା ଫତେହିଙ୍କୁ ସମନ୍ ଜାରି କରିଛନ୍ତି । ପୂର୍ବରୁ ଦିଲ୍ଲୀ ପୋଲିସ ପକ୍ଷରୁ ନୋରାଙ୍କୁ ହାଜର ପାଇଁ ସମନ୍ ହୋଇଥିଲା । ହେଲେ ନୋରା ଥାନାକୁ ଆସିନଥିଲେ କି କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ । ଏନେଇ ଦିଲ୍ଲୀ ପୋଲିସ କୋର୍ଟଙ୍କୁ ଜଣାଇବା ପରେ କୋର୍ଟରୁ ନୋରାଙ୍କୁ ସମନ୍ ଜାରି କରାଯାଇଛି । ନୋରାଙ୍କ ଓକିଲ ତାଙ୍କ ଉପସ୍ଥିତିରୁ ରହିତାଦେଶ ପାଇବାକୁ ଏକ ଆବେଦନ ଦାଖଲ କରିଥିଲେ । ତଥାପି କୋଟ ର୍ ତାଙ୍କ ଓକିଲଙ୍କୁ ଟାଳି ଦେଇଥିଲେ । କୋର୍ଟ କହିଛନ୍ତି ନୋରା ଏହି ମାମଲାରେ ଜଣେ ସାକ୍ଷୀ ଥିଲୋ ତାଙ୍କର କୋର୍ଟରେ ଉପସ୍ଥିତ ରହିବାର ଆବଶ୍ୟକତା ରହିଛି । ତେଣୁ କୋର୍ଟକୁ ହାଲକା ଭାବେ ନିଅନ୍ତୁ ନାହିଁ ବୋଲି କୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.