Latest Odisha News

ମେହବୁବା ମୁଫ୍ତି ଓ ଓମାର ଅବଦୁଲା ଗୃହବନ୍ଦୀ: ଅଭିଯୋଗକୁ ଖଣ୍ଡନ କଲେ ଉପରାଜ୍ୟପାଳ ମନୋଜ ସିହ୍ନା

ନୂଆଦିଲ୍ଳୀ:ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ ଦେଉଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛଦ ବିରୋଧରେ ସୁପ୍ରିମକୋର୍ଟରେ ଆଗତ ମାମଲାର ଶୁଣାଣି ଆଜି ଚାଲିଥିବାବେଳେ ଏପଟେ ପିପୁଲ୍ସ ଡେମୋକ୍ରାଟିକ ପାର୍ଟିର ଅଧ୍ୟକ୍ଷ ମେହବୁବା ମୁଫ୍ତିଙ୍କୁ ସୋମବର ନଜରବନ୍ଦୀ କରି ରଖାଯାଇଛି । ସେହିପରି  ନାଶନାଲ କଂଗ୍ରେସ ଉମର ଅବଦୁଲ୍ଲାରଙ୍କୁ ମଧ୍ୟ ତାଙ୍କ ଘରେ ଗୃହବନ୍ଦୀ କରା ଯାଇଛି ।  ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଏ ନେଇ ଦଳ ପକ୍ଷରୁ ସୋସିଆଲ ପ୍ଲାଟଫର୍ମରେ ସୂଚନା ଦିଆଯାଇଛି । ଏକ ପୋଷ୍ଟରେ ଲେଖାଯାଇଛି, ଉଚ୍ଚତମ ନ୍ୟାୟାଳୟ ନିଷ୍ପତ୍ତି ଶୁଣାଣି ପୂର୍ବରୁ ପୋଲିସ ପିଡିପି ଅଧ୍ୟକ୍ଷ ମେହମୁବା ମୁଫ୍ତିଙ୍କୁ ତାଙ୍କ ନିଜ ବାସଭବନରେ ନଜର ବନ୍ଦୀ କରି ରଖଯାଇଛି । ସେହିପରି ନାଶନାଲ କଂଗ୍ରେସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ଏବଂ ଉପାଧ୍ୟକ୍ଷ ଉମର ଅବଦୁଲ୍ଲାରଙ୍କ ଗୁପକର ସ୍ଥିତ ବାସଭବନ ନିକଟରେ ଏକାଠି ହେବାକୁ ଲୋକଙ୍କୁ ଅନୁମତି ଦିଆଯାଇ ନାହିଁ । ଏଠାରେ ପୋଲିସ ଟିମ ପଇଁତରା  ମାରୁଛନ୍ତି  ।ଏପରିକି ସାମ୍ବାଦିକମାନଙ୍କୁ ମଧ୍ୟ ତାଙ୍କ ଘର ପାଖକୁ ଯିବା ଲାଗି ଅନୁମତି ଦିଆଯାଇ ନାହିଁ ।

ଅନ୍ୟପକ୍ଷେ ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ନରାଧାର ବୋଲି କହି ଖଣ୍ଡନ କରିଚନ୍ତି । ଏଠାର କାହାକୁ ଗିରଫ କରାଯାଇ ନାହିଁ ବା କେହି ଗୃହ ବନ୍ଦୀ ହୋଇ ନାହାନ୍ତି । ଏହା କେବଳ ଏକ ଗୁଜବ ବୋଲି କହିଛନ୍ତି ଉପରାଜ୍ୟପାଳ ।

Comments are closed.