Latest Odisha News

କାହିଁକି ନିଜ ଦେହରେ ନିଜେ ନିଆଁ ଲଗାଇଲା ନାବାଳିକା ?

ଗଞ୍ଜାମ : ନିଜ ଦେହରେ ନିଜେ ନିଆଁ ଲଗାଇ ଜୀବନ ହାରିଲେ ଛାତ୍ରୀ । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଭଞ୍ଜନଗର କୋଟିନଡା ଥାନା ଅର୍ନ୍ତଗତ ଭେଟନଇ ଗାଁରେ  ।  ଛାତ୍ରୀ ଜଣଙ୍କ  ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି । ମୃତ ଛାତ୍ରୀ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ପୂଜା ଗୌଡ ବୋଲି ଜଣାପଡିଛି ।

ଘରେ କେହି ନଥିବା ବେଳେ ପୂଜା ଏଭଳି କାଣ୍ଡ ଘଟାଇଛନ୍ତି  । କିନ୍ତୁ କେଉଁ କାରଣରୁ ପୂଜା ଏଭଳି ପଦକ୍ଷେପ ନେଇଛନ୍ତି , ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ସ୍ଥାନୀୟ ଲୋକ ପୂଜାର ପାଟି ଶୁଣି କୋଟିନଡା ଥାନା ପୋଲିସକୁ ଖବର ଦେଇଥିଲେ  । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Comments are closed.