Latest Odisha News

ଜୁନିୟର ପୁରୁଷ ବିଶ୍ୱକପ ହକି: ସେମିରେ ଭାରତ

କୁଆଲଲୁମ୍ପର: ଚଳିତ ଏଫଆଇଏଚ ଜୁନିୟର ପୁରୁଷ ବିଶ୍ୱକପ ହକିର ସେମିଫାଇନାଲରେ ଭାରତ ପ୍ରବେଶ କରିଛି । ମଙ୍ଗଳବାର ଅନୁଷ୍ଠିତ ମୁକାବିଲାରେ ଭାରତ ୪-୩ ଗୋଲରେ ନେଦରଲାଣ୍ଡକୁ ପରାସ୍ତ କରିଥିଲା । ଉତମ ସିଂ ନେତୃତ୍ୱାଧୀନ ଟିମ ଇଣ୍ଡିଆ ସେମିରେ ଜର୍ମାନୀକୁ ଭେଟିବ । ଫ୍ରାନ୍ସ ଓ ସ୍ପେନ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଖେଳାଯିବ । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ନେଦରଲାଣ୍ଡ ୨-୦ରେ ଅଗ୍ରଣୀ ରହିଥିଲା । ମାତ୍ର ଏହା ପରେ ନାଟକୀୟ ଢ଼ଙ୍ଗରେ ଭାରତ ମ୍ୟାଚକୁ ନିଜ ସପକ୍ଷରେ ନେଇ ଆସିଥିଲା । ୩୪ତମ ମିନିଟରେ ଅର୍ଜୁନ ଲାଲେଜ ଭାରତ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ ।

ଏହାର ଏକ ମିନିଟ ପରେ ଅରାୟଜିତ ପେନାଲ୍ଟି ଷ୍ଟ୍ରୋକର ଫାଇଦା ଉଠାଇ ମ୍ୟାଚକୁ ୨-୨ ସମାନ ସ୍ଥିତିକୁ ଆଣି ଦେଇଥିଲେ । ତୃତୀୟ କ୍ୱାର୍ଟରରେ ଓଲିଭର ହାର୍ଟିସିୟମଙ୍କ ଗୋଲ ବଳରେ ନେଦରଲାଣ୍ଡ ପୁନର୍ବାର ୩-୨ର ଅଗ୍ରଣୀ ହାସଲ କରିଥିଲା । ୫୨ତମ ମିନିଟରେ ସୌରଭ କୁଶୱାହ ଓ ୫୭ତମ ମିନିଟରେ ଉତମ ଗୋଲ କରି ଭାରତକୁ ୪-୩ରେ ଜିତାଇଥିଲେ । ଅନ୍ୟ ଏକ ମୁକାବିଲାରେ ଜର୍ମାନୀ ୨-୧ ଗୋଲରେ ଆର୍ଜେଂଟିନାକୁ ପରାସ୍ତ କରିଥିଲା ।

Comments are closed.