Latest Odisha News

ପୁତିନଙ୍କ ସବୁଠାରୁ ବଡ ବିରୋଧୀ ନେଭଲୀନ ୬ ଦିନ ହେବ ଜେଲରୁ ନିଖୋଜ

ମସ୍କୋ: ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ସବୁଠାରୁ ବଡ ବିରୋଧ ଭାବେ ଏଲେକ୍ସି ନେଭଲୀନ ୬ ଦିନ ହେବ ଜେଲରୁ ନିଖୋଜ ଅଛନ୍ତି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଶାସନଙ୍କ ପାଖରେ ଏ ନେଇ କୌଣସି ତଥ୍ୟ ନାହିଁ । କାରାଗାରରେ ଥିବା କୈଦୀଙ୍କ ତାଲିକାରେ ତାଙ୍କ ନାମ ନାହିଁ । ସେ ୧୯ ବର୍ଷ ହେବ ଦଣ୍ଡ କାଟୁଛନ୍ତି । ନେଭଲୀନଙ୍କୁ ପୁତିନ ଜନସାଧାରଣଙ୍କ ଯେପରି ନିକଟତର ନ ହେବେ ସେଥିପାଇଁ ସର୍ବଦା ସତର୍କ ରହି ଆସିଛନ୍ତି । ନେଲଭୀନଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଭଲ ନ ଥିଲା । ସେ ନିଖୋଜ ହେବା ନିଶ୍ଚିତ ଭାବେ ଚିନ୍ତାର ବିଷୟ ବୋଲି ତାଙ୍କ ଓକିଲ ୟାରମିଶ କହିଛନ୍ତି । ଭେଂଟିଲେଶନ ନ ଥିବା ଏକ ସ୍ୱତନ୍ତ୍ର ସେଲରେ ତାଙ୍କୁ ରଖା ଯାଇଥିଲା । ସେ ଏଥିଯୋଗୁ ଅସୁସ୍ଥ ହୋଇ ପଡିଥିଲେ ।

ତାଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ରୁଷିଆର ତାଙ୍କ ସମର୍ଥନ ଏବଂ ଆନ୍ତର୍ଜାତୀୟସ୍ତରରେ ବିଶେଷ କରି ଆମେରିକା ପକ୍ଷରୁ ଚାପ ପକା ଯାଉଥିଲା । କେତେକ ରିପୋର୍ଟ ଅନୁସାରେ ପୁତିନ ତାଙ୍କ ନିଜସ୍ୱ ଶୈଳୀ ମାଧ୍ୟରେ ନେଭଲୀନଙ୍କୁ ରାସ୍ତାରୁ ହଟେଇ ଦେଇଛନ୍ତି । ୨୦୨୦ରେ ତାଙ୍କୁ ବିଷ ଦେଇ ହତ୍ୟା କରିବା ପାଇଁ ଉଦ୍ୟମ ହୋଇଥିଲା । ସେ ଅଳ୍ପକେ ବଂଚି ଯାଇଥିଲେ । ୨୦୨୧ରେ ସେ ଦେଶକୁ ଫେରିବା ପରେ ରୁଷ ସେନା ତାଙ୍କୁ ଗିରଫ କରି ନେଇଥିଲା ।

Comments are closed.