Latest Odisha News

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରାଯାଇଛି । ଗତ ସଂସ୍କରଣର ଚାମ୍ପିୟନ ଭାରତୀୟ ଟିମର ନେତୃତ୍ୱ ପଞ୍ଜାବର ଉଦୟ ସହାରନଙ୍କୁ ପ୍ରଦାନ କରାଯାଇଛି । ବିଶ୍ୱକପ ପୂର୍ବରୁ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତ୍ରିକୋଣୀୟ ସିରିଜ ଖେଳିବ । ଗ୍ରୁପ ଏରେ ଭାରତ ବାଂଲାଦେଶ, ଆୟର୍ଲାଣ୍ଡ ଓ ଆମେରିକା ସହିତ ରହିଛି । ଜାନୁୟାରୀ ୨୦ରେ ବ୍ଲୋମଫୋଟେଂନରେ ବାଂଲାଦେଶ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ବାକି ୨ଟି ଗ୍ରୁପ ମ୍ୟାଚ ୨୫ ଓ ୨୮ରେ ଖେଳାଯିବ । ଫେବୃୟାରୀ ୧୧ରେ ଫାଇନାଲ ମ୍ୟାଚ ଖେଳାଯିବ । ୧୯ ବର୍ଷରୁ କମ ବିଶ୍ୱକପରେ ଭାରତ ସବୁଠାରୁ ସଫଳ ଟିମ ଭାବେ ବିବେଚିତ । ଟିମ ଇଣ୍ଡିଆ ୨୦୦୦, ୨୦୦୮, ୨୦୧୨, ୨୦୧୮ ଓ ୨୦୨୨ରେ ଟାଇଟଲ ହାସଲ କରିଛି ।

ଭାରତୀୟ ଟିମ: ଅଶ୍ୱିନୀ କୂଲକର୍ଣ୍ଣି, ଆଦର୍ଶ ସିଂ, ରୂଦ୍ର ମୟୂର ପଟେଲ, ସଚିନ ଧସ, ପ୍ରିୟାଂଶୁ ମୋଲିଆ, ମୁଶୀର ଖାଁ, ଉଦୟ ସହାରନ (ଅଧିନାୟକ), ଅରବେଲ୍ଲୀ ଅବନୀଶ ରାଓ, ସୌମ୍ୟ କୁମାର ପାଣ୍ଡେ, ମୁରୁଗନ ଅଭିଷେକ, ଇନେଶ ମହାଜନ, ଧନୂଷ ଗୌଡ, ଆରାଧ୍ୟା ଶୁକ୍ଲା, ରାଜ ଲିମ୍ବାନୀ, ନମନ ତିୱାରୀ । ଷ୍ଟାଣ୍ଡବାଇ: ପ୍ରେମ ଦେଓବକର, ଅଂଶୁ ଗୋସାଇ, ମହମ୍ମଦ ଅମାନ ।

Comments are closed.