Latest Odisha News

BREAKING NEWS

ମହିଳାଙ୍କୁ ଦୁଷ୍କର୍ମ କରିବା ପଡିଲା ମହଙ୍ଗା; ଅଭିଯୁକ୍ତଙ୍କୁ ନିର୍ଧୂମ ଛେଚି ପରିସ୍ରା ପିଆଇଲେ, ଭିଡିଓ ଭାଇରାଲ୍

ଲକ୍ଷ୍ନୌ: ଦୁଷ୍କର୍ମକାରୀକୁ ଚପଲରେ ମାଡ ମାରିବା ସହ ପରିସ୍ରା ପିଆଇଲେ । ଜୋର ଜବରଦସ୍ତ ପୀଡିତାଙ୍କ ପାଦ ଛୁଆଁଇଲେ । ଏଥିସହ ଦୁଷ୍କର୍ମ କରିଥିବାରୁ ୨ ଲକ୍ଷ ଟଙ୍କା ଦେବାକୁ ଅଭିଯୁକ୍ତ ନିକଟରେ ଦାବି କଲେ ପୀଡିତା ମହିଳାଙ୍କ ପରିବାର ଲୋକେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉତ୍ତରପ୍ରଦେଶ ସମ୍ବଲ ଜିଲ୍ଲାର ରାଜପୁରା ପୋଲିସ ଷ୍ଟେସନ ଅଞ୍ଚଳରୁ ଏଭଳି ଘଟଣା ସାମନାକୁ ଆସିଛି । ପୋଲିସ ମାମଲା ରୁଜୁ କରିବା ସହ ଦୁଷ୍କର୍ମ ଅଭିଯୁକ୍ତକୁ ଗିରଫ କରିଛି ।

ସୂଚନା ଅନୁସାରେ, ଗତ ୩୦ତାରିଖରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଏହାପରେ ମହିଳା ଗର୍ଭବତୀ ହେବାରୁ ତାଙ୍କୁ ହସ୍ପିଟାଲକୁ ନେଉଥିଲା । କିନ୍ତୁ ବାଟରେ ମହିଳାଙ୍କ ପରିବାର ଲୋକେ ଉଭୟଙ୍କୁ କାବୁ କରିନେଇଥିଲେ । ପରେ ଅଭିଯୁକ୍ତକୁ ଏକ ଘରେ ତାଲା ପକାଇ ପ୍ରଥମେ ଚପଲରେ ମାଡ ମାରିଥିଲେ ଓ ପରେ ଏକ ପାତ୍ରରେ ପରିସ୍ରା ପିଇବାକୁ ଦେଇଥିଲେ । ଭୟରେ ଅଭିଯୁକ୍ତ ଜଣଙ୍କ ପରିସ୍ରା ପିଇଥିଲା । ଏହାପରେ ପୀଡିତାଙ୍କ ପାଦ ଛୁଇଁବାକୁ କହିଥିଲେ । ଭୟରେ ଅଭିଯୁକ୍ତ ପୀଡିତାଙ୍କ ପାଦ ଛୁଇଁ ଭୁଲ ମାଗିଥିଲା । ଏପରି ଲଜ୍ଜାଜନକ କାମ କରିଥିବାରୁ ଅଭିଯୁକ୍ତକୁ ୨ଲକ୍ଷ ଟଙ୍କା ଦେବାକୁ ଗ୍ରାମବାସୀ ଦାବି କରିଥିଲେ । ଏହି ପୁରା ଘଟଣାର ଭିଡିଓ କରି ଏହାକୁ ସୋସିଆଲ ମିଡିଆରେ ଅପଲୋଡ କରାଯାଇଥିଲା । ଯାହା ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

ପୋଲିସର କହିବା ଅନୁଯାୟୀ, ପୀଡିତାଙ୍କ ସ୍ୱାମୀ ଘରେ ରହୁନଥିବା ବେଳେ ଏହାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କ ଘରକୁ ଯାଇଥିଲା । ଏହାପରେ ତାଙ୍କୁ ଦୁଷ୍କର୍ମ କରି ସେଠାରୁ ପଳାଇ ଆସିଥିଲା । ଏନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି ।

Leave A Reply

Your email address will not be published.