Latest Odisha News

‘ଗୋଟିଏ ସମୟରେ ଲାଗୁଥିଲା ଜୀବନ ବଞ୍ଚିବନି’: ଅଭିଯୁକ୍ତ ଯୁବକଙ୍କୁ କବ୍ଜା କରିଥିବା ବିଏସପି ସାଂସଦ ବଖାଣିଲେ ଅନୁଭୂତି

ନୂଆଦିଲ୍ଲୀ: ଆଜି ସଂସଦ ଆକ୍ରମଣ ଘଟଣାକୁ ଠିକ ୨୨ ବର୍ଷ ବିତିଲା । ସେଦିନର ସେ ଭୟଙ୍କର ସ୍ମୃତି ମନରୁ ଲିଭି ନ ଥିବାବେଳେ ନୂଆ ସଂସଦ ଭବନରେ ଆଜିର ଦିନରେ ଏମିତି ଏକ ଘଟଣା ଘଟିବ କେହି ସ୍ୱପ୍ନରେ ବି ଭାବି ନ ଥିଲେ । ବୁଧବାର ସଂସଦର ଶୀତକାଳିନ ଅଧିବେଶନ ଚାଲିଥିବାବେଳେ ଲୋକସଭାରେ ବିଜେପି ସାଂସଦ ଖଗେନ ମୁର୍ମୁ କହୁଥିଲେ । ସଭାପତି ଆସନରେ ଥିଲେ ବିଜେପି ସାଂସଦ ରାଜେନ୍ଦ୍ର ଅଗ୍ରୱାଲ । ହଠାତ ଦର୍ଶକ ଗ୍ୟାଲେରୀରୁ କେହି ଜଣେ ଡେଇଁବାର ଆବାଜ ଶୁଭିଲା ।

ଏହା ପରେ ଯାହା ଘଟିଲା କେହି କେବେ ସ୍ୱପ୍ନରେ ଭାବି ନ ଥିଲେ । ସବୁ ସାଂସଦ ଚମକି ପଡିଥିଲେ । ଦେଖିବାକୁ ମିଳିଥିଲା ଜଣେ ଯୁବକ ଗୋଟିଏ ବେଞ୍ଚରୁ ଆଉ ଗୋଟିଏ ବେଞ୍ଚକୁ ଡେଇଁ ଡେଇଁ  ଚାଲିଛି ।

ଏହି ସମୟରେ ବିଏସପିର ସାଂସଦ ମଲୁକ ନାଗର ଯୁବକଙ୍କ ଆଡକୁ ଦୌଡି ଯାଇଥିଲେ ଏବଂ ତାଙ୍କୁ କବଜା କରି ନେଇଥିଲେ । ଏହି ସମୟରେ ଯୁବକ ଜଣକ ନିଜ ପାଖରେ ରଖିଥିବା ଏକ ଲମ୍ବା କଣ୍ଟେନର ଖୋଲି ଦେଇଥିଲା । ଫଳରେ ସଂସଦରେ ଧୁଆଁ ଖେଳିଗଲା । ସାଂସଦମାନେ ଭୟୀଭୀତ ହୋଇ ପଡିଥିଲେ । କିଛି ସମୟ ପାଇଁ ହଇଚଇ ଖେଳି ଯାଇଥିଲା ।

ଅଜଣା ଯୁବକଙ୍କୁ କବଜା କରିବା ପରେ ବିଏସପି ସାଂସଦ ପୁରା କାହାଣୀ କହିଥିଲେ । ନାଗର କହିଥିଲେ ‘ଯେଉଁଠି ଆମର ସିଟ ଠିକ  ତାହା ଉପରକୁ ଦର୍ଶକ ଗ୍ୟାଲେରୀ  । ଶୂନ୍ୟ କାଳର ଆଉ ୫-୭ ମିନିଟ ବାକି ଥାଏ । ମୋତେ ଲାଗିଲା ଯେମିତି କେହି ମୋ ସିଟକୁ କେହି ଧକ୍କା ଦେଉଛି । ମୁ କିଛି ବୁଝିବା ଆଗରୁ ଦେଖିଲି ଯୁବକ ଜଣକ ଗୋଟିଏ ବେଞ୍ଚରୁ ଅନ୍ୟ ବେଞ୍ଚକୁ ଡେଉଁଛନ୍ତି ।’

ବିଏସପି ସାଂସଦ କହିଛନ୍ତି, ‘ଗୋଟିଏ ମୁହୂର୍ତ୍ତ ଲାଗୁଥିଲା ଜୀବନ ବଞ୍ଚବନି । ଯେତେବେଳେ ସେ ଯୁବକଙ୍କ ନିଟକୁ ଗଲେ   ସେତେବେଳେ ସେ କହୁଥିଲେ, ,‘ମୋ ପାଖକୁ ଆସନି  । ଏପରି ଏକଛତ୍ରବାଦ ଶାସନ ଚାଲିବନି ।’ ସାସଂଦ ତଥାପି ତା ପାଖକୁ ଯିବାରୁ ସେ ତାଙ୍କ ଜୋତାରୁ କିଛି କାଢି ଫିଙ୍ଗିଥିଲା ଏବଂ ତା ପରେ ଧୂଆଁ ଖେଳି ଯାଇଥିଲା ।

ଏହି ଘଟଣା ପରେ , ରାଜେନ୍ଦ୍ର ଅଗୱାଲ ଗୃହକାର୍ଯ୍ୟକୁ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ ।

Comments are closed.