Latest Odisha News

BREAKING NEWS

ଘର ଧୋଉଥିଲେ ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ମୃତ

ସୋନପୁର: ଘର ଧୋଉଥିବାବେଳେ ଅସାବଧାନତା ହେତୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ । ଏଭଳି ଦଃଖଦ ଘଟଣା ଘଟିଛି ସୋନପୁର ଜିଲ୍ଲା ବିନିକା ନିକା ଥାନା ଅନ୍ତର୍ଗତ ରହିଲା ଗାଁରେ । ମୃତ ମହିଳା ଜଣକ ହେଲେ ୬୫ ବର୍ଷୀୟ ବସନ ନାଏକ ।

ଖବର ମୁତାବକ, ଆଜି ସକାଳୁ ମାଣବସା ଗୁରୁବାର ପାଇଁ ଘର ଧୋଉଥିଲେ ବସନ ନାଏକ । ଏହି ସମୟରେ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ବିଦ୍ୟୁତ ଆଘାତ ଲାଗିବାରୁ ଚିତ୍କାର କରି ଖଣ୍ଡେ ଦୂର ବାଟକୁ ଛିଟିକି ପଡିଥିଲେ ବସନ । ଏହା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ପାଟି ଶୁଣି ପରିବାର ଲୋକେ ଆସି ତାଙ୍କୁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ବସନଙ୍କୁ ମୃତ ଘୋଷଣା କରିଥିଲେ ।

ଖବରପାଇ ବିନିକା ପୁଲିସ ମେଡିକାଲରେ ପହଞ୍ଚି ବସନଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବ ମୃତଦେହ । ଏହା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

Comments are closed.