Latest Odisha News

BREAKING NEWS

ପବନ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଯାତ୍ରୀ ସୁରକ୍ଷିତ

ପାଟନା: ପୁଣି ଏକ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ପବନ ଏକ୍ସପ୍ରେସରେ ଲାଗିଛି ନିଆଁ । ବିହାର ମଧୁବାଣି ନିକଟ ଜୟନଗର ଷ୍ଟେସନରେ ଅଗ୍ନିକାଣ୍ଡ ଘଟିଛି। ଯାତ୍ରୀବାହୀ ଟ୍ରେନର ଥାର୍ଡ ଏସି କୋଚରେ ଲାଗିଛି ନିଆଁ । ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ସର୍ଟସର୍କିଟ ଯୋଗୁଁ ଘଟିଥିବା ସନ୍ଦେହ କରାଯାଉଛି । ତେବେ ବଗିରୁ ଧୂଆଁ ବାହାରିବା ପରେ ଯାତ୍ରୀମାନେ ବାହାରକୁ ଚାଲିଆସିଥିଲେ । ଏହାପରେ ଅଗ୍ନିଶମ ବାହିନୀ ତୁରନ୍ତ ନିଆଁକୁ ଆୟତ୍ତ କରିଥିଲା । ସୌଭାଗ୍ୟବଶତଃ ଏହି ଅଘଟଣରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି । ନିଆଁ ଲିଭିବା କାର୍ଯ୍ୟ ଷ୍ଟେସନରେ ଜାରି ରହିଛି ।

ଦିନକୁ ଦିନ ବଢିବାରେ ଲାଗିଛି ଟ୍ରେନ ଦୁର୍ଘଟଣା । କେତେବେଳେ ମାଲବାହୀ ଯାତ୍ରୀବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେଉଛି ତ ଆଉ କେତେବେଳେ ଟ୍ରେନରେ ଲାଗୁଛି ନିଆଁ । ରେଳ ଦୁର୍ଘଟଣା ଏବେ ମାତ୍ରାଧିକ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ରେଳଯାତ୍ରା ପାଇଁ ଏକପ୍ରକାର ଭୟ ସୃଷ୍ଟି ହୋଇଛି।

Comments are closed.