Latest Odisha News

BREAKING NEWS

ଭାରତ-ଆମେରିକା ସମ୍ପର୍କରେ ଭୟଙ୍କର କ୍ଷତି ହୋଇପାରେ..ପନ୍ନୁ ମାମଲାରେ ଏମିତି କହିଲେ ଭାରତୀୟ-ଆମେରିକୀ ସାଂସଦ

ନୂଆଲ୍ଦିଳୀ: ଭାରତୀୟ ନାଗରିକ ନିଖିଲ ଗୁପ୍ତା ଉପରେ ଆମେରିକା-କାନ୍ନାଡା ନାଗରିକ ତଥା ଖଲିସ୍ଥାନୀ ଆତଙ୍କୀ ପନ୍ନୁ ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ଅଭିଯୋଗ ଆଣିବା ଉପରେ ମୁମ୍ବାଇ:ଆମେରିକା ସାଂସଦମାନେ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି । ଭାରତୀୟ-ଆମେରିକୀ ସାଂସଦଙ୍କ କହିବା ଅନୁସାରେ, ଏହି ବିବାଦକୁ ଯଦି ଠିକ ଭାବେ ସମାଧାନ କରା ନ ଯାଏ ତେବେ ଏହା ଭାରତ-ଆମେରିକା ସମ୍ପର୍କରେ କ୍ଷତି ପହଞ୍ଚାଇବ । ନିଖିଲ ଗୁପ୍ତା ଅଭିଯୋଗ ଉପରେ ବାଇଡେନ ପ୍ରଶାସନ ଦ୍ୱାରା ଏକ ବ୍ରିଫିଂ ପରେ  ପରେ ଏପରି ଚେତାବନୀ ଦେଇଛନ୍ତି ଭାରତୀୟ-ଆମେରିକୀ ସାଂସଦ ।

ଏହି ବ୍ରିଫିଂରେ ଆମେରିକା ପ୍ରତିନିଧି ଅମୀ ବେରା, ପ୍ରମିଳା ଜୟପାଲ, ରୋ ଖନ୍ନା, ରାଜା କୃଷ୍ଣମୂର୍ତ୍ତି, ଶ୍ରୀ ଥାନେଦାର ଭାଗ ନେଇ କହିଛନ୍ତି, ଆମେ ମାନୁଛୁ ଯେ, ଆମେରିକା-ଭାରତ ସମ୍ପର୍କ ଉଭୟ ଦେଶର ଲୋକଙ୍କ ପାଇଁ ଅନେକ କିଛି ପରିବର୍ତ୍ତନ ଓ ସଫଳତା ଆଣିଛି । ହେଲେ ଆମର ଚିନ୍ତା ଏଥିପାଇଁ ଯେ, ଯଦି ଏପରି ଅଭିଯୋଗ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତେବେ ଦୁଇ ଦେଶ ସମ୍ପର୍କରେ ବହୁତ ବଡ କ୍ଷତି ହେବ ।

ଆମେରିକା କଂଗ୍ରେସ ସଦସ୍ୟଙ୍କ ଅଭିଯୋଗ ଯେ, ଅଭିଯୋଗ ବହୁତ ଚିନ୍ତାଜନକ ଅଟେ ଏବଂ ଦେଶର ମତଦାତାଙ୍କ ସୁରକ୍ଷା ତାଙ୍କ ପାଇଁ ସବଠାରୁ ଗୁରୁତ୍ୱପୂର୍ଣ୍ଣ କାମ ଅଟେ ।

ଭାରତ ପକ୍ଷରୁ ଗଠିତ ଯାଞ୍ଚ ସମିତିକୁ ସେମାନେ ସ୍ୱାଗତ କରିଥିଲେ ।ହେଲେ ସେମାନେ କହିଥିଲେ, ଏପରି ଘଟଣା ପୁନର୍ବାର ହେବ ନାହିଁ ଏପରି ଆଶ୍ୱସ୍ତି ଆମେରିକାକୁ ମିଳିବା ଉଚିତ ।

ସୂଚନାଥାଉ କି, ଆମେରିକୀ ଫେଡେରାଲ ପ୍ରସକ୍ୟୁଟର ବିଚ୍ଚିନ୍ନତାବାଦୀ ନେତା ଗୁରୁପନ୍ତବନ୍ତ ସିଂହ ଓରଫ ପନ୍ନୁ ହତ୍ୟା ଘଟଣାରେ ନିଖିଲ ଗୁପ୍ତାଙ୍କ ସଂପୃକ୍ତି ଥିବା ଅଭିଯୋଗ କରିଛନ୍ତି । ଚେକ ଗଣରାଜ୍ୟର ଅଧିକାରୀମାନେ ଆମେରିକା ଏଂ ଚେକ ଗଣରାଜ୍ୟ ଓ ଆମେରିକୀ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ପ୍ରତ୍ୟର୍ପଣ ସନ୍ଧି ଅନୁସାରେ ନିଖିଲ ଗୁପ୍ତା୍କୁ ଜୁନ ୩୦ ତାରିଖରେ ଗିରଫ କରିଥିଲା ।

Comments are closed.