Latest Odisha News

ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବା ପାଇଁ ସର୍ତ ରଖିଥିଲେ ହାର୍ଦ୍ଦିକ, ରୋହିତ ଜାଣିଥିଲେ

ମୁମ୍ବାଇ: ଆଇପିଏଲ ୨୦୨୪ ସଂସ୍କରଣ ପାଇଁ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରାଯିବ ସମସ୍ତଙ୍କୁ ଚକିତ କରିଛି । ରିପୋର୍ଟ ମୁତାବକ ଗୁଜରାଟ ଟାଇଟାନ୍ସର ପୂର୍ବ ଅଧିନାୟକ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଂଚାଇଜଙ୍କ ନିକଟରେ କେତେକ ସର୍ତ ରଖିଥିଲେ । ଏହା ମଧ୍ୟରେ ଅଧିନାୟକ ପଦ ରହିଥିଲା । ଏପରିକି ବିଶ୍ୱକପ ଚାଲୁଥିବା ଅବସରରେ ରୋହିତଙ୍କୁ ଏ ସମ୍ପର୍କରେ ସୂଚନା ମଧ୍ୟ ଫ୍ରାଂଚାଇଜ ପକ୍ଷରୁ ଦିଆଯାଇଥିଲା । ଏହା ତାଙ୍କ ମାନସିକ ଅବସ୍ଥାକୁ ପ୍ରଭାବିତ କରିଥାଇପାରେ ଏବଂ ଫାଇନାଲ ପରାଜୟର ଏକ କାରଣ ହୋଇପାରେ ବୋଲି ଆଲୋଚନା କରାଯାଉଛି ।

୨୦୧୫ରେ ରୋହିତଙ୍କ ନେତୃତ୍ୱରେ ହାର୍ଦ୍ଦିକ ଆଇପିଏଲ ଡେବ୍ୟୁ କରିଥିଲେ । ଏବେ ରୋହିତ ତାଙ୍କ ନେତୃତ୍ୱ ଅଧିନରେ ଖେଳିବା ପ୍ରଶଂସକଙ୍କୁ ହଜମ ହେଉନି । ହିଟମ୍ୟାନ ମୁମ୍ବାଇକୁ ୫ଥର ଚାମ୍ପିୟନ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ୨୦୨୨ ନିଲାମ ପୂର୍ବରୁ ହାର୍ଦ୍ଦିକଙ୍କୁ ମୁମ୍ବାଇ ରିଲିଜ କରିଥିଲା । ଏହା ପରେ ଗୁଜରାଟ ଟାଇଟାନ୍ସ ତାଙ୍କୁ ଦଳର ନେତୃତ୍ୱ ପ୍ରଦାନ କରିଥିଲା । ହାର୍ଦ୍ଦିକ ୨୦୨୨ରେ ଗୁଜରାଟକୁ ଚାମ୍ପିୟନ ଓ ୨୩ରେ ରନର୍ସଅପ କରାଇଥିଲେ ।

Comments are closed.