Latest Odisha News

BREAKING NEWS

ଜାନୁୟାରୀ ୨୨ରେ ଅଯୋଧ୍ୟା ନ ଆସିବାକୁ ଅନୁରୋଧ କଲେ ରାମ ମନ୍ଦିର ଅଧିକାରୀ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ନିର୍ମିତ ହେଉଥିବା ରାମ ମନ୍ଦିରରେ ଆୟୋଜିତ ହେବ ପ୍ରାଣ ପ୍ରତିଷ୍ଠା ସମାରୋହ। ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ଭବ୍ୟ ଉଦଘାଟନ ପୂର୍ବରୁ ସହରର ମୌଳିକ ଭିତ୍ତିଭୂମି କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି।ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଦର୍ଶନ କରିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି।ତେବେ ଜାନୁଆରୀ ୨୨ତାରିଖରେ ଅଯୋଧ୍ୟା ନ ଆସିବାକୁ ଅନୁରୋଧ କରିଛନ୍ତି ରାମ ମନ୍ଦିର ଟ୍ରଷ୍ଟ ସଚିବ ଚମ୍ପତ ରାୟ।

ସେ କହିଛନ୍ତି, ‘ସମାରୋହ ଜାନୁୟାରୀ ୨୨ ରେ ମଧ୍ୟାହ୍ନ ୧୨ଟା ସମୟରେ ଅନୁଷ୍ଠିତ ହେବ। ତେବେ ମନ୍ଦିର ପ୍ରସ୍ତୁତ, ପ୍ରତିମା ମଧ୍ୟ ପ୍ରସ୍ତୁତ, କିନ୍ତୁ ପୂରା ମନ୍ଦିର ନିର୍ମାଣ ପାଇଁ ଆଉ ଦୁଇ ବର୍ଷ ଲାଗିପାରେ। ମନ୍ଦିରରେ ଅନେକ କାର୍ଯ୍ୟ ଜାରି ରହିଛି। ନିର୍ମାଣ ଆଉ ଦୁଇ ବର୍ଷ ପର୍ଯ୍ୟନ୍ତ ଚାଲିପାରେ।’ ଦେଶର କୋଣ ଅନୁକୋଣରୁ ଲୋକ ଜାନୁୟାରୀ ୨୨ରେ ଅଯୋଧ୍ୟା ଆସିବାକୁ ଯୋଜନା ଆରମ୍ଭ କଲେଣି। ଏଭଳି ସ୍ଥିତିରେ ସହରରେ ଅତ୍ୟଧିକ ଭିଡ଼ ନହେବା ପାଇଁ ସେ ଲୋକମାନଙ୍କୁ ଅଯୋଧ୍ୟା ନ ଆସି ନିକଟସ୍ଥ ମନ୍ଦିରରେ ‘ଆନନ୍ଦ ମହୋତ୍ସବ’ ପାଳନ କରିବାକୁ ଅନୁରୋଧ କରିଛନ୍ତି।

ଜାନୁଆରୀ ୨୨ରେ ରାମ ମନ୍ଦିରରେ ଭାଗବାନ ଶ୍ରୀରାମଙ୍କ ନୂତନ ବାଲ ବିଗ୍ରହ ପ୍ରତିମାର ପ୍ରାଣ ପ୍ରତିଷ୍ଠା କରାଯିବ। ଯାହାକୁ ରାମ ମନ୍ଦିରର ଗର୍ଭଗୃହର ତଳ ମହଲାରେ ସ୍ଥାପନ କରାଯିବ।

 

 

 

 

 

 

Comments are closed.