ଭୁବନେଶ୍ବର: ରାଉରକେଲା ଝାଡାବାନ୍ତି ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସନ୍ଧ୍ୟାରେ ବରିଷ୍ଠ ଅଧିକାରୀ ମାନଙ୍କ ସହ ସମୀକ୍ଷା ବୈଠକ ରହିଛି । ସେପଟେ ରାଉରକେଲା ଝାଡାବାନ୍ତିରେ ମୃତ୍ୟୁ ପଛରେ ହଇଜା ଜୀବାଣୁ ଥିବା ସ୍ପଷ୍ଟ ହୋଇଛି । ହଇଜା ଜୀବାଣୁ ଚିହ୍ନଟ ହୋଇଥିବା କହିଛନ୍ତି ରାଉରକେଲା ଆଇଜିଏଚ୍ ହସ୍ପିଟାଲର ଅଧୀକ୍ଷକ । ଯେତିକି ସାମ୍ପଲ ରିପୋର୍ଟ ଆସିଛି , ସେଥିରୁ ହଇଜା ଚିହ୍ନଟ ହୋଇଛି । ବର୍ତ୍ତମାନ ସୁଦ୍ଧା ଝାଡାବାନ୍ତିରେ ୯ଜଣଙ୍କ ଜୀବନ ଗଲାଣି ।
୫୦୦ରୁ ଅଧିକ ଆକ୍ରାନ୍ତ ଥିବାବେଳେ ଶତାଧିକ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ବିଶେଷ କରି ସହରର କୋଏଲ ନଗର, ନାଲାରୋଡ, ଉଦିତନଗର, ଛେଣ୍ଡ କଲୋନି, ବାସନ୍ତୀ କଲୋନୀ, ପାନପୋଷ ବାଲୁଘାଟ ଆଦି ଅଞ୍ଚଳରେ ବେଶି ବ୍ୟାପିଛି ରୋଗ । ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ , ଆରଏମସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ସହରର କଲୋନୀ ଏବଂ ବସ୍ତିରେ ୪୦ଟି ଗାଡି ବୁଲି ବୁଲି ଲୋକଙ୍କୁ ସଚେତନ କରୁଛି ।
Comments are closed.