Latest Odisha News

ଜାତୀୟ କ୍ରୀଡା ପୁରସ୍କାର-୨୦୨୩: ସାତ୍ତ୍ବିକ – ଚିରାଗଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ

ନୂଆଦିଲ୍ଲୀ: ଜାତୀୟ କ୍ରୀଡା ପୁରସ୍କାର-୨୦୨୩ ଘୋଷଣା ହୋଇଛି । ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ସହ ଅନ୍ୟ ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା ହୋଇଛି । କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଛି। ବ୍ୟାଡମିଣ୍ଟନ ଖେଳାଳି ଚିରାଗ ଚନ୍ଦ୍ରଶେଖର ସେଟ୍ଟୀଲ ଏବଂ ରାଙ୍କିରେଡ୍ଡୀ ସାତ୍ତ୍ବିକ ସାଇରାଜ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇବେ । ଏହି ୨ ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରାଯିବ।

ଆସନ୍ତା ଜାନୁଆରୀ ୯ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିବେ । ସେହିପରି ୨୬ ଜଣ କ୍ରୀଡାବିତ ପାଇବେ ଅର୍ଜୁନ ପୁରସ୍କାର। କ୍ରିକେଟର ମହମ୍ମଦ ସାମି ଅର୍ଜୁନ ପୁରସ୍କାର ପାଇବା ତାଲିକାରେ ଅଛନ୍ତି । ଏହାସହ ୫ଜଣ କୋଚଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିବ । ଜୀବନବ୍ୟାପୀ ସାଧନା ପାଇଁ ୩କୋଚଙ୍କୁ ଧ୍ୟାନଚାନ୍ଦ ପୁରସ୍କାର ମଧ୍ୟ ଦିଆଯିବ। କ୍ରୀଡାରେ ଉଲ୍ଲେଖନୀୟ ଅବଦାନ ପାଇଁ ଖେଳାଳି ଓ କୋଚଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସେହିପରି ୩ ବିଶ୍ୱବିଦ୍ୟାଳୟ ପାଇବେ ମୌଲାନା ଅବୁଲ କଲାମ ଆଜାଦ ଟ୍ରଫି।

Comments are closed.