Latest Odisha News

ପେଣ୍ଠକଟା ଭୂଦାନ ନଗରରୁ ଜଣେ ନାବାଳକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ପୁରୀ: ପୁରୀ ସମୁଦ୍ରକୂଳ ଥାନା ଅନ୍ତର୍ଗତ ପେଣ୍ଠକଟା ଭୂଦାନ ନଗରରୁ ଜଣେ ନାବାଳକ ର ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ । ମୃତ ନାବାଳକ ହେଲେ ଆଦିତ୍ୟ । ସେ ଖୋର୍ଦ୍ଧାର ଏକ ଘରୋଇ କଲେଜର ପାଠ ପଢୁଥିଲେ ।

ସୂଚନା ମୁତାବକ, ଆଦିତ୍ୟ ଗତ ଦୁଇ ଦିନ ତଳେ ପରିବାର ଲୋକଙ୍କୁ ଫୋନ ଯୋଗେ କହିଥିଲେ ସେଠାରୁ ତାଙ୍କୁ ନଆଣିଲେ ସେ ଆତ୍ମହତ୍ୟା କରିବେ । ଏହା ଶୁଣି ପରିବାର ଲୋକ ଆଦିତ୍ୟକୁ ଘରକୁ ଆଣିଦେଇଥିଲେ । ଘରେ ସେ ପ୍ରାୟତଃ ଏକାକୀ ସମୟ ବିତାଉଥିଲେ। ଗତକାଲି ରାତିରେ ପରିବାର ସହ ରାତ୍ରୀ ଭୋଜନ ସାରି ଶୋଇବା ପାଇଁ ଆସିଥିଲେ।

ସକାଳୁ ପରିବାର ଲୋକ ଆଦିତ୍ୟକୁ ତାଙ୍କ ରୁମରେ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ l ଏହିଭଳି ଅବସ୍ଥା ଦେଖି ଆଦିତ୍ୟଙ୍କ ପରିବାର ଲୋକ ସମୁଦ୍ରକୂଳ ଥାନା ପୋଲିସ୍ କୁ ଖବର ଦେବାପରେ ପୋଲିସ ପହଞ୍ଚି ଉକ୍ତ ନାବାଳକର ଝୁଲନ୍ତା ମୃତଦେହ ଜବତ କରିବା ସହ ଏକ ମୋବଇଲ ଫୋନକୁ ଜବତ କରିଛି ।

ପୋଲିସ ମୃତ ନାବାଳକର ଶବ ବ୍ୟବଛେଦ ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ଅଧିକ ତଦନ୍ତ କରୁଛି l ସେପଟେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଏହା ଏକ ହତ୍ୟା କି ଆତ୍ମହତ୍ୟା ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଜଣାପଡିବ ।

Comments are closed.