Latest Odisha News

BREAKING NEWS

ରଶ୍ମିକା ମନ୍ଦାନାଙ୍କ ଡିପ୍‌ଫେକ୍ ଭିଡିଓ ମାମଲାରେ ୪ ଜଣଙ୍କୁ ଗିରଫ କଲା ପୋଲିିସ

ନୂଆଦିଲ୍ଲୀ: ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡ଼ିପ୍‌ଫେକ୍ ଭିଡ଼ିଓ କରିବା ମାମଲାରେ ଦିଲ୍ଲୀ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏବେ ବି ଦିଲ୍ଲୀ ପୋଲିସ୍‌ର ଖୋଜା ଚାଲିଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସକୁ ପ୍ରାୟ ଏକ ମାସ ସମୟ ଲାଗିଛି । ଯେତେବେଳେ ଅଭିନେତ୍ରୀଙ୍କ ଭିଡିଓ ଭାଇରାଲ ହୋଇଥିଲା, ସେତେବେଳେ ଏକ ମାମଲା ରୁଜୁ ହୋଇଥିଲା । ସେବେଠାରୁ ତଦନ୍ତ ଆରମ୍ଭ ହୋଇଥିଲା । ସମ୍ପ୍ରତି ରିପୋର୍ଟରୁ ଜଣାପଡିଛି ଯେ ଭିଡିଓ ଅପଲୋଡ୍ କରିବାରେ ସମ୍ପୃକ୍ତ ଚାରିଜଣ ଅଭିଯୁକ୍ତଙ୍କୁ ବୁଧବାର ଦିଲ୍ଲୀ ପୋଲିସି ଚିହ୍ନଟ କରିଛି ।

ଅଭିନେତ୍ରୀ ରଶ୍ମିକାଙ୍କ ଡ଼ିପ୍‌ଫେକ୍ ଭିଡ଼ିଓ ଭାଇରାଲ ହେବା ପରେ ମେଗାଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ଏହା ଉପରେ କଟକଣା ଲଗାଇବା ବିଷୟରେ କହିଥିଲେ । ଏଥି ସହିତ ମୃଣାଲ ଠାକୁର, ନାଗା ଚୈତନ୍ୟ ଏବଂ ଚିନ୍ମୟୀ ଶ୍ରୀପଦାଙ୍କ ସମେତ ଅନ୍ୟ କଳାକାରମାନେ ମଧ୍ୟ ଏହି ଅଭିନେତ୍ରୀଙ୍କୁ ସମର୍ଥନ କରିଥିଲେ । ସେହି ଭିଡିଓ ଉପରେ ରଶ୍ମିକା ମନ୍ଦାନା ପ୍ରତିକ୍ରିୟା ରଖି କହିଥିଲେ, ‘‘ମୁଁ ପ୍ରକୃତରେ ବହୁତ ଖରାପ ଅନୁଭବ କରୁଛି । ଏହା କେବଳ ମୋ ପାଇଁ ନୁହେଁ ବରଂ ଆମ ସମସ୍ତଙ୍କ ପାଇଁ ବିପଦ ।’’

Comments are closed.