Latest Odisha News

BREAKING NEWS

ନାଟମଣ୍ଡପ ମରାମତି ମାମଲା: ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ବୈଠକରେ ନିଷ୍ପତ୍ତି

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନାଟମଣ୍ଡପ ମରାମତି କାର୍ଯ୍ୟକୁ ନେଇ ବସିଥିବା ଗୁରୁତ୍ୱପୂର୍ଣ୍ଣ  ବୈଠକ ଶେଷ ହୋଇଛି । ଆଇଆଇଟି ଚେନ୍ନାଇରୁ ଆସିଥିବା ପ୍ଲାନ୍ ଓ ଡିଜାଇନ୍ କୁ ଅନୁଧ୍ୟାନ କରି ମରାମତି ନେଇ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ଏନେଇ ଆଜି ବୈଠକ ପରେ ବୈଷୟିକ ଟିମ୍ ସ୍ଥିତି ଯାଞ୍ଚ କରିବା ପାଇଁ ଶ୍ରୀମନ୍ଦିର ଯାଇଥିବା ଜଣାପଡିଛି । ଆଇରନ ରଡ୍ ଵୀମ୍ ବଦଳରେ ଷ୍ଟେନଲେସ ଷ୍ଟିଲ ବୀମ୍  ଲଗାଯିବା ପାଇଁ ସ୍ଥିରୀକୃତ ହୋଇଥିବା ବେଳେ ପାଇଲିନ ଓ ଜ୍ୟାକ୍ ଲଗାଯାଇ ଅସ୍ଥାୟୀ ଭାବେ ଏହି ବୀମ୍ ଲଗାଯିବ । ଶୃଙ୍ଖଳିତ ନୀତି ସହ ଭୋଗ ଓ ଦର୍ଶନ କୁ ଦୃଷ୍ଟିରେ ରଖି ଷ୍ଟେନଲେସ ଷ୍ଟିଲ ବୀମ୍ ଲଗାଯିବା କାର୍ଯ୍ୟ କରାଯିବ ।

 

ବିଶେଷକରି ଆଜି ବୈଠକରେ ଏହି ମରାମତି କାର୍ଯ୍ୟ କିପରି କରାଯିବ ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିବା ବେଳେ ଟେକନିକାଲ ସମସ୍ୟା ଉପରେ ବିଶେଷଜ୍ଞ ମାନଙ୍କ ମତାମତ ଉପରେ ତର୍ଜମା କରାଯାଇ କାର୍ଯ୍ୟ କରାଯିବ । ମତାମତ କୁ ନେଇ ଆଗାମୀ ଛତିଶାନିଯୋଗ ବୈଠକରେ ଆଲୋଚନା କରାଯିବା ସହ ଏହି କାର୍ଯ୍ୟକୁ ହାଇକୋର୍ଟ ଙ୍କ ନିର୍ଦ୍ଦେଶ ମୁତାବକ 4 ମାସ ଭିତରେ ଶେଷ କରାଯିବ ବୋଲି ଏଏସଆଇ ମତ ପ୍ରକାଶ କରିଛନ୍ତି ।

 

ଜାନୁୟାରୀ ରୁ ଦୃତ ଗତିରେ କାମ କରାଯାଇ ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ କାମ ସରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ରତ୍ନ ଭଣ୍ଡାରର ଲେଜର ସ୍କାନିଂ କାର୍ଯ୍ୟ ଶେଷ ହୋଇଥିବା ବେଳେ ତାହାର ମଧ୍ୟ ସବିଶେଷ ରିପୋର୍ଟ ଖୁବ ଶୀଘ୍ର ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯିବ ।

Comments are closed.