Latest Odisha News

ଆଣବିକ ଯୁଦ୍ଧକୁ ନେଇ ପୁଣି ଧମକ ଦେଲେ କିମ ଜୋନ:କହିଲେ, ଆମକୁ ଉସକାଇଲେ ପରମାଣୁ ଆକ୍ରମଣ କରିବାକୁ ପଛାଇବୁ ନାହିଁ

ନୂଆଦିଲ୍ଲୀ:ଉତ୍ତରକୋରିଫ ତାନାଶାହୀ କିମ ଜୋଙ୍ଗ ପୁଣି ଥରେ ପରମାଣୁ ଆକ୍ରମଣ ନେଇ ଧମକ ଦେଇଛନ୍ତି । କିମ ଜୋନ କହିଛନ୍ତି, ଯଦି କେହି ଶତ୍ରୁ ତାଙ୍କୁ ପରମାଣୁ ଅସ୍ତ୍ର ଧମକ ଦେଇ ଉସକାଏ ତେବେ ସେ ପରମାଣୁ ଆକ୍ରମଣ କରିବାକୁ ପଛାଇବେ ନାହିଁ । କେସିଏନଏ ନିଉଜ ଏଜେନ୍ସି ଅନୁସାରେ, କିମ ଜୋନ ଇଣ୍ଟର କଣ୍ଟିନେଣ୍ଟାଲ ବାଲାଷ୍ଟିକ ମିଜାଇଲ ପ୍ରକ୍ଷେପଣ ଅଭ୍ୟାସ ନେଇ ସେନାବାହିନୀ ସହ ଏକ ସାକ୍ଷାତ ବେଳେ ଏହି ଧମକ ଦେଇଛନ୍ତି ।

ନିଉଜ ଏଜେନ୍ସିରୁ ମିଳିଥିବା ତଥ୍ୟ ଅନୁଯାୟୀ, କିମ ଜୋନ ସେନାକୁ ସମ୍ବୋଧନ କରି କହିଛ,ନ୍ତି ଏଥର ତାଙ୍କର ପରମାଣୁ ରଣନୀତି, ସେନାର ଦକ୍ଷତା ଶତ୍ରୁପକ୍ଷରୁ ଜବାବ ଦେବା ପାଇଁ ପୂରା ପ୍ରସ୍ତୁତ  । ଯଦି କେହି ଶତ୍ରୁ ତାଙ୍କୁ ଉସକାଏ ତେବେ ଉତ୍ତର କୋରିଆ ପରମାଣୁ ଆକ୍ରମଣ କରିବା ପାଇଁ ଟିକିଏ ବି ପଛାଇବ ନାହିଁ ।

ମଙ୍ଗଳବାର ଉତ୍ତରକୋରଆ ପକ୍ଷରୁ କୁହାଯାଇଛି, ଆମେରିକା ପରି ଦେଶର ଶତ୍ରୁତା ବିରୋଧରେ ପରମାଣ ଶକ୍ତି ବୃଦ୍ଧି କରିବା ଲାଗି ସୋମବାର ଇଣ୍ଟର କଣ୍ଟିନେଣ୍ଟାଲ ବାଲାଷ୍ଟିକ ମିସାଇଲ ପରୀକ୍ଷଣ କରାଯାଇଛି । ଏହି ପରୀକ୍ଷଣକୁ ଆମେରିକ ଏବଂ ତାର ସହଯୋଗୀ ଦେଶ ଦୃଢ ନିନ୍ଦା କରିଛନ୍ତି ।

ଯାହା ବି ହେଉ, ଆମେରିକା ଏବଂ ଉତ୍ତର କୋରିଆର ପରମାଣ ଶକ୍ତିକୁ ନେଇ ପ୍ରତିଯୋଗିତା ଚାଲିଥିବାବେଳେ  ଏହି ପରୀକ୍ଷଣ ଦ୍ୱାରା ଉତ୍ତରକୋରିଆ ନିଜ ଶକ୍ତିକୁ ଦେଖାଇ ଦେଇଛି ।

Comments are closed.