ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଲିପିକୁ ସୁଦୃଶ୍ୟ, ସରଳ
କରିବା ପାଇଁ ହେଲା ବେଳ
ନ ହେଲେ ଏବେ ହିଁ ସକ୍ରିୟ
ଅଛି ବିଲୁପ୍ତ ହେବା ଭୟ
କେବଳ ସାହିତ୍ୟ ଲିଖନ
ବଳରେ ଭାଷାର ଉତ୍ଥାନ
ହେବାର ନାହିଁ ସଂଭାବନା
ଏହି ବିଷୟ ହେଉ ଘେନା
ଆମର ଲିଖନ ଅଭ୍ୟାସ
ବଦଳିବାର ଅବକାଶ
ଏବେ ହେଲାଣି ଉପଗତ
ଆସଂତୁ ହେବା କାର୍ଯରତ
ପୋଷିଲେ ମୌଳବାଦୀ ଚିଂତା
ବିପନ୍ନ ହୁଏ ମନୁଷ୍ୟତା
ନୂଆ ଚିଂତନ ଅକ୍ଷମତା
ହୁଅଇ ସାଧାରଣ କଥା
*ଞ + ଝ* ଦିଶିଲେ ସୁଦ୍ଧା *ଞ୍ଝ*
ଥରେ ତୁଂଡରେ କହି ବୁଝ
*ବିଞ୍ଝାରପୁର* ହେଲେ ଲେଖା
*ବିନ୍ଝାରପୁର* କହୁଁ ଏକା
*ଞ* ବର୍ଣ ଅନୁଚ୍ଚାରଣୀୟ
*ନିଅଁ* ଆଉ *ନ୍ୟ* ଉଭୟ
ଭଳିଆ ହୁଏ ଉଚ୍ଚାରିତ
ଏହା କି ଅଟଇ ଅସତ୍ୟ ?
ବାଧ୍ଯ ହୋଇ ମୁଁ କରେଁନାହିଁ
ବାଧ୍ୟ କରି କରାଏଁନାହିଁ
ଯାହା ହୁଏ ମୋ ହୃଦ୍ବୋଧ
ତାହା କରି ମୁଁ ହୁଏଁ ମୁଗ୍ଧ
ସ୍ବାନୁଭୂତି ମୋ ମୂଳଜ୍ଞାନ
ତାହାହିଁ ମୋ ପାଇଁ ପ୍ରଧାନ
ତାହାକୁ ମଣି ମୋର ପୁଂଜି
ଅକ୍ଷର ଦେଉଥାଏଁ ଖଂଜି
ପରଂପରା କି ଇତିହାସ
ସହିତ କରି ସୁଦ୍ଧା ବାସ
ତହିଁରେ ଯୋଡ଼େଁ ମୋର ଇଚ୍ଛା
ସହିତ ନିଶ୍ଛଳ ସଦିଚ୍ଛା
କେତେ ହୋଇବ କାର୍ଯକାରୀ
ସତେ କି ହେବ ଉପକାରୀ
କରିପାରେଁନି ଅନୁମାନ
ନ ହୁଏଁ ରୁଷ୍ଟ କି ବିଷଣ୍ଣ
‘ ନ ହୁଏଁ ରୁଷ୍ଟ କି *ବିଷଣ୍ଣ*’
ଏହା ତ ସ୍ପଷ୍ଟ ଦୃଶ୍ୟମାନ
ଯଦି କେ *ବିଷର୍ଣ* ଦେଖିଲେ
ତା’ପରେ ତାହାହିଁ ଲେଖିଲେ
ଆମ ମନଶ୍ଚକ୍ଷୁ ଏପରି
କିଏ ପାରିବ କ’ଣ କରି ?
ପ୍ରତ୍ୟେକେ ନିଜ ରୁଚି ଧରି
ହୁଅଂତି ଭାଷା ବ୍ୟବହାରୀ
ଦଳେ ଦୁର୍ବଳ ହେଲେ ମେଳ
କେବେ ନ ହୁଅଂତି ସବଳ
ବଢ଼େନି ଗୋଷ୍ଠୀ ମନୋବଳ
ଉଦ୍ୟମ ହୁଅଇ ବିଫଳ
ବ୍ୟକ୍ତିର ଥାଏ ଯଦି କୃତି
ତହିଁର ଆଲୋଚନା ପ୍ରତି
ଯଥାର୍ଥ ଧ୍ୟାନ ଦେଲେ ଜାତି
ନିଶ୍ଚୟ କରଇ ଉନ୍ନତି
ଏଠି ତ ଓଲଟିଆ ରୀତି
ହୋଇଛି ଲୋକପ୍ରିୟ ଅତି
ବ୍ୟକ୍ତି ଚର୍ଚାରେ ସର୍ବେ ମାତି
କରଂତି ନିରଂତର କ୍ଷତି
Comments are closed.