Latest Odisha News

BREAKING NEWS

ଆସନ୍ତୁ ଜାଣିବା କେଉଁଠାରେ ବୁଲେଟକୁ ପୂଜା କରାଯାଏ

ଜୟପୁର: ଭାରତରେ ବିଭିନ୍ନ ଦେବ ଦେବୀଙ୍କ ପୂଜା କରାଯାଏ । ଅବଶ୍ୟ ଏବେ ପ୍ରଚାର ଓ ପ୍ରସାର ଦୃଷ୍ଟିକୋଣରୁ ଫିଲ୍ମ ହୀରୋ, ହୀରୋଇନ, ଖେଳାଳିଙ୍କ ପାଇଁ ମନ୍ଦିର କରାଯାଉଛି । ତେବେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ରାଜସ୍ଥାନରେ ଏପରି ଏକ ମନ୍ଦିର ଅଛି ଯେଉଁଠାରେ ଦେବ ଦେବୀ ନୁହେଁ ବୁଲେଟକୁ ପୂଜା କରାଯାଏ । ପାଲି ସହରର ୨୦ କିଲୋମିଟର ପୂର୍ବରୁ ଚୋଟିଲା ନାମକ ଏକ ଗ୍ରାମରେ ଏହି ବୁଲେଟ ମନ୍ଦିର ରହିଛି । ଏହି ରାସ୍ତା ଦେଇ ଯାଉଥିବା ବ୍ୟକ୍ତି ଏଠାରେ କିଛି ସମୟ ଅଟକି ମୁଣ୍ଡିଆ ପରେ ଗନ୍ତବ୍ୟ ପଥରେ ଯାଇଥାନ୍ତି । ମନ୍ଦିରରେ ରୟାଲ ଏନଫିଲ୍ଡର ୩୫୦୦ ସିସିର ଏକ ବୁଲେଟ ରଖାଯାଇଛି । ଏହାର ନମ୍ବର ଆରଏନଜେ ୭୭୭୩ ରଖାଯାଇଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଓମ ସିଂ ରାଠୋର ନାମକ ଏକ ବ୍ୟକ୍ତି ଏହି ବୁଲେଟ ଚଳାଉଥିଲେ । ୧୯୮୮ରେ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଘଟଣାସ୍ଥଳକୁ ଆସି ତଦନ୍ତ କରିଥିଲା । ଆଶ୍ଚର୍ଯ୍ୟଜନକ ଭାବେ ବୁଲେଟର ଖୋଜ ଖବର ମିଳି ନ ଥିଲା । ଏବେ ଯେଉଁଠାରେ ମନ୍ଦିର ରହିଛି ସେଠାରେ ବୁଲେଟ ମିଳିଥିଲା । ପୋଲିସ ବୁଲେଟକୁ ଜବତ କରି ନେଇ ଯାଇଥିଲା । ଆଶ୍ଚର୍ଯ୍ୟଜନକ ଭାବେ ବୁଲେଟ ପୁନର୍ବରେ ଏହି ସ୍ଥାନରେ ମିଳିଥିଲା । ଏପରି ବାରମ୍ବାର ହୋଇଥିଲା । ସ୍ଥାନୀୟ ବାସିନ୍ଦାଙ୍କ ନିଷ୍ପତି ଅନୁସାରେ ଏଠାରେ ବୁଲେଟକୁ ରଖାଯାଇ ମନ୍ଦିର ସ୍ଥାପନା କରାଯାଇଥିଲା । ସେବେଠାରୁ ଏହି ଅଂଚଳରେ ଦୁର୍ଘଟଣା ସଂଖ୍ୟା କମିବାରେ ଲାଗିଥିଲା । ଲୋକଙ୍କ ବିଶ୍ୱାସ ବଢ଼ିବା ଯୋଗୁ ଏଠାରେ ପୂଜା କରାଯାଉଛ ।

Comments are closed.