Latest Odisha News

BREAKING NEWS

ଖ୍ରୀଷ୍ଟମାସ ପାଇଁ କନ୍ଧମାଳରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା, ପୋଲିସର ଫ୍ଲାଗ୍ ମାର୍ଚ୍ଚ ସହିତ ପାଟ୍ରୋଲିଂ

କନ୍ଧମାଳ:  ଖ୍ରୀଷ୍ଟମାସ ପାଖେଇ ଆସୁଥିବାରୁ ସାରା ବିଶ୍ୱରେ ଲୋକମାନେ ଏହି ପର୍ବକୁ ପାଳନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଘର ଓ ଚର୍ଚ୍ଚକୁ ସଜ୍ଜାରେ ସଜ୍ଜିତ କରାଯାଇଛି ଏବଂ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମକୁ ସମ୍ମାନ ଜଣାଇ ସୁରୁଖୁରୁରେ ଉତ୍ସବ ପାଳନ କରିବା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ଚାଲିଛି। ଏହି ସ୍ୱତନ୍ତ୍ର ଦିନରେ ଅନେକ ଲୋକ ପ୍ରିୟଜନଙ୍କ ସହ ଆଦାନ ପ୍ରଦାନ କରିବା ପାଇଁ ଖ୍ରୀଷ୍ଟମାସ ଗଛ ଏବଂ ଉପହାର କିଣିସାରିଛନ୍ତି ।

ଓଡ଼ିଶାରେ ମଧ୍ୟ ଖ୍ରୀଷ୍ଟମାସ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟର ବିଭିନ୍ନ ଚର୍ଚ୍ଚରେ ସ୍ବତନ୍ତ୍ର ଗଣ ପ୍ରାର୍ଥନାର ଆୟୋଜନ କରାଯିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଶେଷ କରି କନ୍ଧମାଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ଶାନ୍ତି କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।

କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ କହିଛନ୍ତି, ଲୋକମାନେ କିପରି ଖ୍ରୀଷ୍ଟମାସ ଓ ନୂଆବର୍ଷକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିପାରିବେ ସେ ନେଇ ଆଲୋଚନା ହୋଇଛି। ସମସ୍ତେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବାରୁ ସବୁକିଛି ଯୋଜନା ମୁତାବକ ଆଗକୁ ବଢ଼ିବ ବୋଲି ଆମେ ଆଶାବାଦୀ।

ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବାଲିଗୁଡା ଓ ବଡ଼ଖମା ଅଂଚଳରେ ସଶସ୍ତ୍ର ଯବାନଙ୍କୁ ନେଇ ଫ୍ଲାଗ ଶୋଭାଯାତ୍ରା କରିଛି ପୋଲିସ । ପାଟ୍ରୋଲିଂକୁ ଜୋରଦାର କରାଯିବା ସହ ଏହି ସବୁ ଅଞ୍ଚଳରେ ଅବରୋଧ ଓ ଚେକିଂ ପ୍ରକ୍ରିୟାକୁ ବଢ଼ାଇ ଦିଆଯାଇଛି।

Comments are closed.