Latest Odisha News

ଦ୍ୱିତୀୟ ସନ୍ଧ୍ୟାରେ ଯୋରସୋରରେ ଚାଲିଛି ଚଇତି ଇଡିତାଲ ଉତ୍ସବ

ରାୟଗଡା: ରାୟଗଡା ଜିଲ୍ଲାର ଗୁଣୁପୁର ଚଇତି ମଣ୍ଡପରେ ଯୋରସୋରରେ ଚାଲିଛି ଚଇତି ଇଡିତାଲ ଉତ୍ସବ । ଆଜି ଚଇତି ଇଡିତାଲର ଦ୍ୱିତୀୟ ସନ୍ଧ୍ୟାରେ ଏସଡିସି ଅଧକ୍ଷା ଅନୁସୟା ମାଝୀ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ପଛୁଆ ବର୍ଗ ଉପଦେଷ୍ଟା ପୃଥ୍ୱୀବି ରାଜ ସାହୁ, ଜିଲ୍ଲାପରିଷଦ ଅଧକ୍ଷା ସରସ୍ବତୀ ମାଝୀ, ନବୀନ ଓଡିଶା ନୂତନ ଓଡିଶା ର ଉପଦେଷ୍ଟା ଶଙ୍କର ରାଓ, ଗୁଣୁପୁର ପୌର ପରିଷଦ ଅଧକ୍ଷା ମମତା ଗୌଡ଼, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଉପଜିଲ୍ଲାପାଳ ଲଳିତ କହଁର, ଡ଼କ୍ଟର ଚନ୍ଦ୍ରଧ୍ଵଜ ପଣ୍ଡା ପ୍ରମୁଖ ଯୋଗଦେଇ ଚଇତିର ଆବଶ୍ୟକତା ଉପରେ ମତବ୍ୟକ୍ତ କରି ଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ଏବଂ ଅନ୍ୟ ଅତିଥି ମାନେ ଭାରତ ସରକାର ଙ୍କ ସାହାରା ପରିବାର ପରାମର୍ଶ କେନ୍ଦ୍ର ର ସଚିବ ପ୍ରମୋଦ କୁମାର ସାହୁ ଏବଂ ପରାମର୍ଶଦାତ୍ରୀ ଜୟଶ୍ରୀ ମହାପାତ୍ର ଙ୍କୁ ମାନପତ୍ର ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ବିଭିନ୍ନ ବିଦ୍ୟାଳୟ ରୁ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେଇ ଥିବା ଛାତ୍ର ଛାତ୍ରୀ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ବରିଷ୍ଠ ଓକିଲ ପ୍ରମୋଦ କୁମାର ସାହୁ ସସ୍ମିତା ବାଉରୀ ପ୍ରଶାନ୍ତ ହୋତା ପରିଚାଳନା କରିଥିବା ବେଳେ ସ୍ୱାଗତ ଭାଷଣ ସ୍ୱସ୍ତିକ ଜମାଦାର ଦେଇଥିଲେ । ଶେଷରେ ସଂଗୀତା ପାଢ଼ୀ ଙ୍କ ସଂଗୀତ ଦର୍ଶକଙ୍କ ମନମୋହିଥିଲା ।

Comments are closed.