Latest Odisha News

ଆଶୀକ ୩ରେ ତୃପ୍ତିଙ୍କ ସାମିଲ ଖବରକୁ ଗୁଜବ କହିଲେ ମୁକେଶ

ମୁମ୍ବାଇ: ଆନିମଲ ଫିଲ୍ମ ଫେମ ତୃପ୍ତି ଡିମରୀ ଆଶୀକ ୩ରେ କାର୍ତିକ ଆର୍ଯ୍ୟନଙ୍କ ବିପକ୍ଷରେ ଅଭିନୟ କରିବାକୁ ଯାଉଛନ୍ତି ଖବର ବେଶ ଚର୍ଚ୍ଚା ସାଁଉଟିଥିଲା । ତେବେ ଏହି ଖବର ସମ୍ପୂର୍ଣ୍ଣ ଭାବେ ଗୁଜବ ବୋଲି ଏହାର ନିର୍ମାତା ମୁକେଶ ଭଟ୍ଟ କହିଛନ୍ତି । ମୁଁ ପ୍ରଥମରୁ କହି ଆସିଛି ଯେ ପର୍ଯ୍ୟନ୍ତ ସ୍କ୍ରିପ୍ଟ ଓ ସଙ୍ଗୀତ ପ୍ରସ୍ତୁତ ନ ହେବ ସେ ପର୍ଯ୍ୟନ୍ତ ଆମେ କାଷ୍ଟିଂ କରିବୁ ନାହିଁ । ତୃପ୍ତିଙ୍କୁ ମୁଁ ଏ ପର୍ଯ୍ୟନ୍ତ ଭେଟିନି । କାର୍ତିକ ଓ ସଙ୍ଗୀତ ଏହି ଫିଲ୍ମର ମୂଖ୍ୟ ଷ୍ଟାର । ବାକି ସବୁ କିଛି ସଙ୍ଗୀତ ପ୍ରସ୍ତୁତ ହେଲା ପରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି । ମଙ୍ଗଳବାର ତୃପ୍ତି ଆଶୀକ ୩ ଫିଲ୍ମ ସାଇନ କରିଛନ୍ତି ବୋଲି ବିଭିନ୍ନ ୱେବସାଇଟରେ ଖବର ପ୍ରକାଶ ପାଇଥିଲା । ତାଙ୍କ ପ୍ରଶଂସକମାନେ ଏ ନେଇ ବେଶ ଉତ୍ସାହିତ ମଧ୍ୟ ହୋଇ ପଡିଥିଲେ ।

ଆଶୀକ ୧୯୯୦ରେ ରିଲିଜ ହୋଇଥିଲା । ରାହୁଲ ରାୟ ଓ ଅନ୍ନୁ ଅଗ୍ରୱାଲ ଅଭିନୀତ ଏହି ମ୍ୟୁଜିକାଲ ଡ୍ରାମା ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଏହା ପରେ ୨୦୧୩ରେ ମୋହିତ ସୂରୀ ନିର୍ଦ୍ଦେଶିକ ଆଶୀକ ୨ ମଧ୍ୟ ଭଲ ବ୍ୟବସାୟ କରିଥିଲା । ଆଦିତ୍ୟ ରାୟ କାପୁର ଓ ଶ୍ରଦ୍ଧା କାପୁରଙ୍କ ଅଭିନୟ ମଧ୍ୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ସୂଚନାଯୋଗ୍ୟ, ଆଶୀକ ୩ର ନିର୍ଦ୍ଦେଶନା ଅନୁରାଗ ବାସୁ କରିବେ ।

Comments are closed.