Latest Odisha News

BREAKING NEWS

ନନ୍ଦନକାନନ @64 : ପ୍ରତିଷ୍ଠା ଦିବସରେ ଲୋକାର୍ପିତ ହେବ ଓ୍ବାଲାବି ଖୁଆଡ

ଭୁବନେଶ୍ବର : ୧୯୬୦ ରୁ ୨୦୨୩  । ଏହାରି ମଧ୍ୟରେ ବିତିଯାଇଛି ୬୪ ବର୍ଷ  । ଆଜି ନନ୍ଦନକାନନ ପାଳନ କରୁଛି ତାର  ୬୪ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଆଜି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ୍ ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାର ସୂଚନା ରହିଛି । ନନ୍ଦନକାନନର ବାର୍ଷିକ ରିପୋର୍ଟ ପ୍ରକାଶ କରିବା ସହ ନନ୍ଦନକାନନର ଥିମ୍ , ସଙ୍ଗ୍ ରିଲିଜ୍ ହେବ  ।

ସେହିପରି ଓ୍ବାଲାବି ଏନକ୍ଲୋଜରର ଉଦଘାଟନ ଏବଂ କେ୍ୟାସେଓ୍ବାରୀ ଏବଂ ଅଷ୍ଟ୍ରିଜ୍ ପକ୍ଷୀକୁ ସ୍ବତନ୍ତ୍ର ଖୁଆଡରେ ଛଡାଯିବ  । ସେହିପରି ବଟନିକାଲ ଗାଡେନରେ ବାଉଁଶ ଉଦ୍ୟାନ ଓ ହାଇଡ୍ରୋଫାଇଟ ଉଦ୍ୟାନ ଲୋକାର୍ପିତ ହେବ । ଏହା ଶହ ଏଠାରେ କାର୍ଯ୍ୟରତ ଥିବା କିଛି କର୍ମଚାରୀ ମାନଙ୍କୁ ସମ୍ମାନିତ କରାଯିବ  । ୧୯୬୦  ମସିହାରେ କିଛି ହାତ ଗଣତି ଜୀବଜନ୍ତୁଙ୍କୁ ନେଇ ଆରମ୍ଭ ହୋଇଥିଲା ନନ୍ଦନକାନନ ।

୧୯୬୪ ମସିହାରେ କଲିକତାର ଆଲିପୁର ଚିଡିଆଖାନାରୁ  ଗୋଟିଏ ବାଘ , ଆଫ୍ରିକୀୟ ସିଂହ , ଦୁଇଟି ମଗର ଅଣାଯାଇଥିଲା ।  ଆଉ ୧୯୮୧ ମସିହାରେ ଏହାକୁ ନନ୍ଦନକାନନ ଜୀବ ଉଦ୍ୟାନ ଭାବରେ ନାମିତ କରାଗଲା  । ୬୩ ବର୍ଷ ଭିତରେ ଅନେକ କିଛି ପରିବର୍ତ୍ତନ ଘଟିଛି । ନନ୍ଦନକାନନର ସବୁଜିମା ପରିବେଶ ସର୍ବଦା ପର୍ଯ୍ୟଟକଙ୍କୁ ଏଠାକୁ ଟାଣିଆଣେ  । ପ୍ରତିଦିନ ଦେଶର କୋଣ ଅନୁକୋଣରୁ ଶହ ଶହ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସନ୍ତି  ।

ଏଠାକୁ ପ୍ରବେଶ କରିବାକୁ ଟିକେଟ୍ ବ୍ୟବସ୍ଥା ରହିଛି  । ଯଦି ଆପଣ ମାନେ ନନ୍ଦନକାନନ ବୁଲିବାକୁ ଯାଉଛନ୍ତି  । ତେବେ ଉଭୟ ଅନଲାଇନ୍ ଓ ଅଫଲାଇନ୍ ରେ ଠିକେଟ୍ ନେଇପାରିବେ  । ପର୍ଯ୍ୟଟକଙ୍କ ଭିଡକୁ ଦୃଷ୍ଟିରେ ରଖି ଏବେ ଅନଲାଇନ୍ ଟିକେଟ୍ ବୁକିଂ ର ବ୍ୟବସ୍ଥା କରାଯାଇଛି ।  Lion ସଫାରୀ , ଟଏ ଟ୍ରେନ୍ , ରୋପଓ୍ବେ ଏବଂ ବୋଟିଂ  ପର୍ଯ୍ୟଟକଙ୍କୁ ବେଶି ଆକୃଷ୍ଠ କରେ ।

Comments are closed.