ପୁରୀ: ପ୍ରକାଶ ପାଇଛି ଚଳିତ ବର୍ଷର ଓଜେଏସ ପରୀକ୍ଷା ଫଳ । ପ୍ରଥମ ପ୍ରୟାସରେ ଭୁବନେଶ୍ଵର ଝିଅ ସୁଶ୍ରୀତା ମିଶ୍ର ପ୍ରଥମ ସ୍ଥାନରେ ଥିବା ବେଳେ ନିଲିଶା ପଟ୍ଟନାୟକ ଦ୍ଵିତୀୟରେ ଓ ଅନନ୍ୟା ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହାରି ଭିତରେ ପୁରୀର ଝିଅ ଶୁଭଶ୍ରୀ ସୌମ୍ୟାକାନ୍ତି ପ୍ରଧାନ ପରୀକ୍ଷାରେ ୧୨ ନମ୍ବର୍ ସ୍ଥାନ ହାସଲ କରିଛନ୍ତି ।
ପୁରୀ ତଳ ମାଳିସାହିର ଶୁଭଶ୍ରୀଙ୍କ ବାପା ଜିଲ୍ଲାର ଜଣେ ପୋଲିସ ଅଧିକାରୀ ହୋଇଥିବା ବେଳେ ମାଆ ଜଣେ ଶିକ୍ଷୟତ୍ରୀ ଅଟନ୍ତି । ଶୁଭଶ୍ରୀ ଯେତେବେଳେ ଯୁକ୍ତ ୨ ପଢୁଥିଲେ,ସେତେବେଳେ ଘରେ ସମସ୍ତଙ୍କ ଇଚ୍ଛା ଥିଲା ଶୁଭଶ୍ରୀଙ୍କୁ ଡାକ୍ତର କରିବାକୁ । କିନ୍ତୁ ତାଙ୍କ ବାପାଙ୍କ ଇଛା ଥିଲା ଯେ ସେ ଯୁଡ଼ିଶିଆଲ ଲାଇନ୍ ରେ ଯିବେ । ଆଉ ବାପାଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ଛୋଟବେଳୁ ଶୁଭଶ୍ରୀ ଦେଖିଆସିଥିଲେ ଏହି ସ୍ଵପ୍ନ । ଝିଅର ସଫଳତା ଦେଖି ତାଙ୍କ ବାପା ଲକ୍ଷ୍ମୀକାନ୍ତ ପ୍ରଧାନ କହିଛନ୍ତି ଯେ, ସେ ଯେତେବେଳେ ଆସାମୀକୁ ନେଇ କୋର୍ଟ କୁ ଯାଆନ୍ତି ସେତେବେଳ ଠାରୁ ହିଁ ତାଙ୍କ ମନରେ ଝିଅ କୁ ଜଣେ ନ୍ୟାୟାଧିଶ ଭାବରେ ଦେଖିବାରେ ସ୍ବପ୍ନ ଉଙ୍କି ମାରୁଥିଲା । ଯାହା ଆଜି ତାଙ୍କ ଝିଅ ପୁରଣ କରିଛି ।
ଧୈର୍ଯ୍ୟ, ଏବଂ ସ୍ଥିର ନିଶ୍ଚିତତ୍ତା ହିଁ ସଫଳତାର ମୂଳମନ୍ତ୍ର । ପରିବାରର ସମର୍ଥନ ରହିଲେ ଝିଅଟିଏ ସବୁ କିଛି କରିପାରିବ । ମହିଳା ବା ଝିଅ ମାନଙ୍କ ପାଇଁ ଯୁଡ଼ିଶିଆଲ ବ୍ୟବସ୍ଥାରେ ବହୁତ୍ ସ୍କୋପ ରହିଛି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ଶୁଭଶ୍ରୀ । ସେପଟେ ତାଙ୍କ ମାଆ କହିଛନ୍ତି ଯେ, ଝିଅ ଉପରେ ବିଶ୍ୱାସ ରହିଛି ଯେ, ସେ ଚୌକିର ସମ୍ମାନ ରଖି ନିରପେକ୍ଷ ଭାବରେ ଲୋକଙ୍କୁ ନ୍ୟାୟ ଦେବ । ପିଲାଦିନୁ ଶୁଭଶ୍ରୀଙ୍କ ମନରେ ତାଙ୍କ ବାପା ଓ ବଡବାପା ଯୁଡ଼ିଶିଆଲ୍ ବ୍ୟବସ୍ଥା ପ୍ରତି ଗୋଟିଏ ଦୁର୍ବଳତା ପୁରାଇଥିଲେ । ଯେଉଁଥିପାଇଁ ପରେ ପରିଶ୍ରମ କରି ସଫଳତା ହିସାବରେ ଶୁଭଶ୍ରୀ ସାଉଁଟି ପାରିଛନ୍ତି । ଯୁକ୍ତ ୨ ପରେ ଶୁଭଶ୍ରୀ ଇଣ୍ଟିଗ୍ରେଟେଡ୍ ଲ’ କରିବା ପରେ ନିଜର ଦ୍ଵିତୀୟ ପ୍ରୟାସରେ ଓଜେଏସ କ୍ଲିଅର୍ କରିଛନ୍ତି ।
BREAKING NEWS
- T20I Match: ଡେବ୍ୟୁ କଲେ ବିସ୍ମୟ ବାଳକ ବୈଭବ, ମାତ୍ର ୧୫ ବର୍ଷ ବୟସରେ.
- ବାଡ଼ ଖାଇଲା ଫସଲ; ହରିଣ ମାରି ମାଂସ ରାନ୍ଧି ଖାଉଥିଲେ ବନ ଜଗୁଆଳି, ବନ୍ଧାହେଲେ ୪
- ମମତା ବାନାର୍ଜୀଙ୍କୁ ପୁଣି ବଡ ଝଟକା; ସମସ୍ତ ପଦବୀରୁ ଇସ୍ତଫା ଦେଲେ ଦଳର ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ
- Onion Procurement Price: ଚାଷୀଙ୍କୁ ଆଶ୍ୱସ୍ତି,ପିଆଜର ସରକାରୀ କ୍ରୟ ମୂଲ୍ୟ ବୃଦ୍ଧି;ଚଳିତ ସିଜିନ୍ରେ ୫ମ ଥର ପାଇଁ ବଢିଲା…
- ସୋନମ ୱାଙ୍ଗଚୁକ୍ଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡୁଛି; କକ୍ରୋଚ୍ ପାଇଁ ଅନଶନରେ…
- ଜୁଲାଇ ୨୦ରେ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ
- ସୋସିଆଲ ମିଡିଆରେ ମହାପ୍ରଭୁଙ୍କ ଏଡିଟ ଫଟୋ ପୋଷ୍ଟ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ…
- ପ୍ରଶାସନର ଅବହେଳା! ରାଜଧାନୀରେ ପୁଣି ଡ୍ରେନ୍ ନେଲା ଜୀବନ…
- ଏଣିକି ସିଓଆର ବିନା ଓଡ଼ିଶାରେ ଖୋଲିପାରିବନି ଆଉ କୌଣସି ଘରୋଇ ସ୍କୁଲ୍
- ସ୍ବାସ୍ଥ୍ୟମନ୍ତ୍ରୀ ସହ ବୈଠକ ପରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ; ଆଜିଠୁ କାମରେ ଯୋଗ ଦେବେ
Comments are closed.