Latest Odisha News

BREAKING NEWS

କୋରାପୁଟ ଡଙ୍ଗାବୁଡି ଘଟଣାରେ ୫ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ୍‌ ଅଧୀନ ପାତାଳୀ ନଦୀରେ ଏକ ନୌକା ଦୁର୍ଘଟଣାରେ ୫ ଜଣ ଙ୍କର ମୃତ୍ୟୁ ଘଟିଛି । ପୂର୍ବରୁ ପ୍ରଥମେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ, ଅନ୍ୟ ୪ ଜଣ ନିଖୋଜ ଥିଲେ । ହେଲେ ଏବେ ଅନ୍ୟ ୪ ଜଣ ଙ୍କର ମୃତଦେହ ନଦୀରୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୫ ରେ ପହଞ୍ଚିଛି ।

ଏହି ନୌକା ଦୁର୍ଘଟଣାରେ ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମିଳିଥିବା ସୂଚନା ଅନୁଯାୟୀ, ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ୩ ଜଣ ମହିଳା ନିଜ ପିଲାଙ୍କ ସହ ବଡ଼େଲା ଗାଁକୁ ଯାଇଥିଲେ। ସେମାନେ ଫେରୁଥିବା ବେଳେ ଗାଁ ନିକଟନଦୀରେ ଡଙ୍ଗା ବୁଡ଼ି ଯିବାରୁ ଅଘଟଣ ଘଟିଥିଲା। ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ବାସିନ୍ଦା ତୁରନ୍ତ ପୁଲିସ ଓ ନନ୍ଦପୁର ନିକଟସ୍ଥ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ। ଫଳରେ ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।

ଡଙ୍ଗା ଦୁର୍ଘଟଣାର କିଛି ଘଣ୍ଟା ପରେ ନଦୀରେ ଭାସୁଥିବା ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହାପରେ ଅନ୍ୟ ୪ ନିଖୋଜ ଙ୍କୁ ଖୋଜିବା ନେଇ ସର୍ଚ୍ଚ ଅପରେସନ୍ ଜାରି ରଖିଥିବା ବେଳେ ୪୫ ଘଣ୍ଟା ପରେ ୪ ନିଖୋଜଙ୍କ ମୃତଦେହ ମିଳିଛି ।

Comments are closed.