Latest Odisha News

ସୁକନ୍ୟା ସମୃଦ୍ଧି ଯୋଜନାର ସୁଧ ହାର ବୃଦ୍ଧି କଲେ ପାଇଁ ମୋଦୀ ସରକାର

ନୂଆଦିଲ୍ଲୀ: ସଞ୍ଚୟକାରୀଙ୍କ ପାଇଁ ଏକ ସକାରାତ୍ମକ ପଦକ୍ଷେପ ସ୍ୱରୂପ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ସୁକନ୍ୟା ସମୃଦ୍ଧି ଯୋଜନାର ସୁଧ ହାର ୨୦ ବେସିସ୍ ପଏଣ୍ଟ ବୃଦ୍ଧି କରିଛନ୍ତି। ପୂର୍ବ ୮% ସୁଧ ହାର ତୁଳନାରେ ଏହା ଏକ ଉଲ୍ଲେଖନୀୟ ପରିବର୍ତ୍ତନ।

ସୁକନ୍ୟା ସମୃଦ୍ଧି ଯୋଜନା ହେଉଛି ସରକାରଙ୍କ ‘ବେଟି ବଚାଓ- ବେଟି ପଢ଼ାଓ’ ଅଭିଯାନର ଏକ ଅଂଶ ଭାବରେ ଝିଅମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥିବା ଏକ ସଞ୍ଚୟ ଯୋଜନା । ନିୟମିତ ସଞ୍ଚୟ ଆକାଉଣ୍ଟ ତୁଳନାରେ ଏହି ଯୋଜନା ଅଧିକ ସୁଧ ପ୍ରଦାନ କରିଥାଏ ଏବଂ ପିତାମାତା କିମ୍ବା ଅଭିଭାବକଙ୍କୁ ଟିକସ ସୁବିଧା ପ୍ରଦାନ କରିଥାଏ ।

ସଂଶୋଧିତ ସୁଧ ହାର ୮.୨% ଏହି ଯୋଜନା ଅଧୀନରେ କରାଯାଇଥିବା ଜମା ଉପରେ ଲାଗୁ ହେବ। ଯାହା ନିବେଶକମାନଙ୍କୁ ଅଧିକ ଆକର୍ଷଣୀୟ ରିଟର୍ଣ୍ଣ ପ୍ରଦାନ କରିବ । ଏହି ଯୋଜନା ଅଧୀନରେ ୧୦ ବର୍ଷ କିମ୍ବା ତା’ଠାରୁ କମ୍ ବୟସର ଝିଅମାନଙ୍କ ପିତାମାତା କିମ୍ବା ଅଭିଭାବକ ମାନେ ଅଧିକୃତ ବ୍ୟାଙ୍କ କିମ୍ବା ଡାକଘରେ ଆକାଉଣ୍ଟ ଖୋଲିପାରିବେ ।

ସୁକନ୍ୟା ସମୃଦ୍ଧି ଯୋଜନା ଖାତା ୨୧ ବର୍ଷ ପରେ କିମ୍ବା ୧୮ ବର୍ଷ ବୟସ ରେ ପହଞ୍ଚିବା ପରେ କନ୍ୟା ସନ୍ତାନର ବିବାହ ପରେ ମେଚ୍ଯୁରିଟି ବା ଅବଧି ପୂର୍ଣ୍ଣ ହୋଇଥାଏ । ତେବେ ଝିଅ ଅବିବାହିତ ରହିଲେ ମଧ୍ୟ ପିତାମାତା ୧୮ ବର୍ଷ ହେବା ପରେ ଜମାରାଶିର ୫୦% ପର୍ଯ୍ୟନ୍ତ ଆଂଶିକ ଉଠାଇ ପାରିବେ ।

ସୁକନ୍ୟା ସମୃଦ୍ଧି ଯୋଜନା ବ୍ୟତୀତ ଅନ୍ୟାନ୍ୟ ଯୋଜନାର ସୁଧ ହାରରେ ମଧ୍ୟ ପରିବର୍ତ୍ତନ ଘୋଷଣା କରିଛନ୍ତି ସରକାର । ତିନି ବର୍ଷିଆ ମିଆଦୀ ଜମା ସୁଧ ହାର ୭%ରୁ ୭.୧%କୁ ବୃଦ୍ଧି କରାଯାଇଛି। ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (୭.୧%), ସଞ୍ଚୟ ଜମା (୪%), କିଷାନ ବିକାଶ ପତ୍ର (୭.୫%) ଏବଂ ଜାତୀୟ ସଞ୍ଚୟ ପ୍ରମାଣପତ୍ର (୭.୭%) ଭଳି ଅନ୍ୟାନ୍ୟ ଯୋଜନାର ସୁଧ ହାର ଅପରିବର୍ତ୍ତିତ ରହିଛି।

Comments are closed.