Latest Odisha News

BREAKING NEWS

ଗ୍ରାହକଙ୍କ ଇଚ୍ଛାକୁ ପୂରଣ କଲା ସ୍ୱିଗି, ବ୍ୟାଣ୍ଡ-ବାଜା ବଜାଇ ଘରେ ପହଞ୍ଚିଲା

ନୂଆଦିଲ୍ଲୀ: ସ୍ୱିଗି ତାର ଜଣେ ଗ୍ରାହକଙ୍କ ଇଚ୍ଛାକୁ ପୂରଣ କରି ଚର୍ଚ୍ଚାର ପରିସରକୁ ଆସିଛି । ବ୍ୟାଣ୍ଡ ବାଜା ବଜାଇ ଗ୍ରାହକଙ୍କ ଘରେ ପହଞ୍ଚିଥିଲା ସ୍ୱିଗି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ସ୍ୱିଗି ଇନଷ୍ଟାମାର୍ଟ ଏକ୍ସରେ ଏକ ଟ୍ୱିଟ କରିଥିଲା । ଏଥିରେ ସ୍ୱିଗି ଲେଖିଥିଲା, ଚଳିତ ବର୍ଷ ମଧ୍ୟରେ ଆପଣ କେଉଁ ଜିନିଷ କିଣି ପାରି ନାହାନ୍ତି, ତାହା ଆମକୁ ଜଣାନ୍ତୁ । ଆମେ ଆପଣଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିବୁ ।’ସ୍ୱିଗି ଇନଷ୍ଟାମାର୍ଟର ଏହି ପୋଷ୍ଟ ଦେଖିବା ପରେ ଅନେକ ସୋସିଆଲ ମିଡିଆ ବ୍ୟବହାର କରି କମେଣ୍ଟ ବକ୍ସରେ ନିଜନିଜ ପ୍ରତିକ୍ରିୟା ଦେବା ଆରମ୍ଭ କରି ଦେଇଥିଲେ । ଏଥିମଧ୍ୟରୁ କନଜାରକଲେସ ନାମକ ଆଇଡିରୁ ହିମାଶୁଂ ବଂଶଲ ନାମ ବ୍ୟକ୍ତି ପ୍ରତିକ୍ରିୟା ଦେଇ କହିଥିଲେ ଯେ, ହଁ ଏବର୍ଷ କୌଣସି ମୁହୂର୍ତ୍ତରେ ମୁଁ ଗରମ ଅନୁଭବ କରିବାକୁ ଚାହୁଁଛି ।

ଗ୍ରାହକଙ୍କ ଠାରୁ ଏଭଳି ପ୍ରତିକ୍ରିୟା ପାଇବା ପରେ ସ୍ୱିଗି ଏଜେଣ୍ଟ ବ୍ୟାଣ୍ଡ-ବାଜା ସହ ହଠାତ ହିମାଂଶୁଙ୍କ ଘରେ ପହଞ୍ଚିଯାଇଥିଲେ । ବ୍ୟାଣ୍ଡ-ବାଜା ଶବ୍ଦ ଶୁଣି ହିମାଂଶୁ ଘରୁ ବାହାରକୁ ଆସିବା କ୍ଷଣି ସଙ୍ଗେ ସଙ୍ଗେ ତାଙ୍କୁ ଫୁଲମାଳ ପିନ୍ଧାଇ ଏକ ହିଟର ଉପହାରରେ ଦେଇଥିଲେ ସ୍ୱିଗି ଏଜେଣ୍ଟ । ଗ୍ରାହକଙ୍କ ପ୍ରତି ସ୍ୱିଗିର ଏଭଳି କାମକୁ ସାଧାରଣରେ ବେଶ ପ୍ରଂଶସା କରାଯାଉଛି ।

Comments are closed.