Latest Odisha News

BREAKING NEWS

ଜଗମୋହନ ମରାମତି ପ୍ରସଙ୍ଗ: ୧୫ରୁ ୨୦ ତାରିଖ ସୁଦ୍ଧା ଅସମ୍ପୂର୍ଣ୍ଣ କାର୍ଯ୍ୟ ସାରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଜଗମୋହନ ମରାମତି ପ୍ରସଙ୍ଗରେ ଆଇକୋର୍ଟରେ ଆଜି ଶୁଣାଣି ହୋଇଛି । ଜୟ ବିଜୟ ଦ୍ୱାରର ସମସ୍ତ କାର୍ଯ୍ୟ ଶେଷ ହୋଇଥିବା ଏ.ଏସ.ଆଇ ଆଜି ଖଣ୍ଡପୀଠକୁ ଜଣାଇଛନ୍ତି । ଏନ.କେ ମହାନ୍ତି କମିଶନ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି ।

ଗୁଣ୍ଡିଚା ମନ୍ଦିର ଓ ମାଉସୀ ମା ମନ୍ଦିରର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସତ୍ୟପାଠ ଜରିଆରେ ୧୫ଦିନ ମଧ୍ୟରେ ଜଣାଇବାକୁ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।

ସେହିପରି ନାଟ୍ୟମଣ୍ଡପର କାର୍ଯ୍ୟକ୍ରମ ସମ୍ପର୍କରେ ସତ୍ୟପାଠ ଜରିଆରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୧୫ ଦିନ ପରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ବୋଲି ଜଣାପଡ଼ିଛି ।

ଜୁଲାଇ ୧୫ରୁ ୨୫ ତାରିଖ ମଧ୍ୟରେ ଜୟ ବିଜୟଦ୍ୱାର ପରିସରରେ ଥିବା ଅସମ୍ପୂଣ୍ଣ କାମକୁ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।

Leave A Reply

Your email address will not be published.