Latest Odisha News

BREAKING NEWS

ତିନି ସନ୍ତାନଙ୍କୁ ଧରି ଟ୍ରେନ ସାମ୍ନାକୁ ଡେଇଁ ପଡିଲେ ବାପା

ଗୁଜରାଟର ବୋଟାଦ ଜିଲ୍ଲାରୁ ଆସିଛି ଦୁଃଖଦ ଖବର । ନିଜର ତିନି ସନ୍ତାନଙ୍କୁ ନେଇ ଟ୍ରେନ ଆଗକୁ ଡେଇଁ ପଡିଲେ ବାପା ।ଏହି ଘଟଣାରେ ତିନିଜଣଙ୍କର ମୃତ୍ୟୁ ଘଟିଛି । ତେବେ ଏହି ପରିବାର ଏପରି ଚରମ ନିଷ୍ପତ୍ତି କାହିଁକି ନେଲେ ତାହା ସ୍ପଷ୍ଟ ହୋଇ ନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।

ଦୁର୍ଘଟଣା ଗୁଜରାଟର ନିଙ୍ଗାଲା ଏବଂ ଆଲମପୁର ଷ୍ଟେସନ ମଧ୍ୟରେ ଘଟିଛି । ରେଳ ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଘଟଣା ରବିବାର ସନ୍ଧ୍ୟା ୬.୩୦ରେ ଘଟିଛି । ୪୨ ବର୍ଷୀୟ ମଙ୍ଗାଭାଇ ବିଜୁଡା ବୋଟାଦ ଜିଲ୍ଲାର ନାନା ସଖପୁର ଗାଁରେ ରୁହନ୍ତି । ସେ ତାଙ୍କର ଦୁଇ ଝିଅ ଓ ପୁଅଙ୍କ ସହ ନିଙ୍ଗାଲା ଓ ଆଲମପୁର ଷ୍ଟେସନ ମଝିରେ ରେଳ ଧାରଣାରେ ଟ୍ରେନ ସାମ୍ନାକୁ ଚାଲି ଆସିଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ତିନି ସନ୍ତାନ ସମସ୍ତେ ସାବାଳକ । ତେବେ କେଉଁ ପରିସ୍ଥିତି ସେମାନଙ୍କୁ ଏପରି ଏକ ପଦକ୍ଷେପ ନେବାକୁ ବାଧ୍ୟ କରିଥିଲା ତାହା ଜଣା ପଡି ନାହିଁ ।

ପୋଲିସ ସୂଚନା ଅନୁଯାୟୀ, ମଙ୍ଗାଭାଇ ଏକ ହତ୍ୟା ଘଟଣାରେ ସଂପୃ୍କ୍ତ ଥିବା ଅଭିଯୋଗ ରହିଛି । ସେ ଏବେ ଜାମିନରେ ଥିଲେ । ତେବେ ଇତି ମଧ୍ୟରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ଝଗଡା ହୋଇଥିଲା । ଏହି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା ।

ପୋଲିସ ବିଜୁଡାଙ୍କ ସମେତ ତାଙ୍କର ଦୁଇ ଝିଅ ସୋନମ (୧୭ ବର୍ଷ), ରେଖା (୨୧) ଏବଂ ପୁଅ ଜିଗ୍ନେଶ (୧୯ ବର୍ଷ)ଙ୍କ ଶବକୁ ଜବତ କରିଛି । ପୋଲିସ ୪ ଜଣଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଯାଞ୍ଚ କରୁଛି ।

Comments are closed.