Latest Odisha News

ଡାକ୍ତର ହୃଷିକେଶ ଆଜୀବନ କାରାଦଣ୍ଡରେ ଦଣ୍ଡିତ, ବ୍ୟାଙ୍କ ଏଜେଣ୍ଚକୁ କାହିଁକି ହତ୍ୟା କରିଥିଲେ?

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଜଣେ ବରିଷ୍ଠ ଡାକ୍ତରଙ୍କୁ ହତ୍ୟା ମାମଲାରେ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଡାକ୍ତର ହୃଷିକେଶ ତ୍ରିପାଠୀଙ୍କର ଏକ କ୍ଲିନିକ ଥିଲା। ସେହି କ୍ଲିନିକରେ କାମ କରୁଥିବା ଜଣେ ନର୍ସଙ୍କୁ ଏଚଡିଏଫସି ବ୍ୟାଙ୍କର ଏଜେଣ୍ଟ ବିଷ୍ଣୁ ପ୍ରସାଦ ଗୌଡ଼ ପ୍ରେମ କରୁଥିଲେ। ଏହାକୁ ନେଇ ଡାକ୍ତର ଖୁସି ନଥିଲେ।

ନର୍ସଙ୍କ ସହ ଗୌଡ଼ଙ୍କ ସମ୍ପର୍କ ବିଷୟରେ ଡାକ୍ତର ହୃଷିକେଶ ତ୍ରିପାଠୀ ଜାଣିବା ପରେ ତାଙ୍କୁ ହଟାଇବାକୁ ଚାହୁଁଥିଲେ। ସେପ୍ଟେମ୍ବର ୨୦୧୮ରେ ଡାକ୍ତର ବ୍ୟାଙ୍କ ଏଜେଣ୍ଟଙ୍କୁ ତାଙ୍କ କ୍ଲିନିକ୍କୁ ଡକାଇ ତାଙ୍କୁ ଅଚେତ କରିବା ପାଇଁ ଏକ ଇଞ୍ଜେକ୍ସନ ଲଗାଇଥିଲେ। ତା’ପରେ ସେ ତାଙ୍କୁ ଖଣ୍ଡ ଖଣ୍ଡ କରି କାଟି ପକାଇଥିଲେ। ଏହାପରେ ଏକ ନିର୍ଜନ ସ୍ଥାନରେ ଫିଙ୍ଗି ଦେଇଥିଲେ।

ସେପ୍ଟେମ୍ବର ୧୫, ୨୦୧୮ରେ କିଛି ସ୍ଥାନୀୟ ଲୋକ ଏଜେଣ୍ଟଙ୍କ ମୃତଦେହର ଅଙ୍ଗକୁ ଠାବ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୁଲିସ ଡାକ୍ତର ହୃଷିକେଶ ତ୍ରିପାଠୀ ଓ ଅନ୍ୟ ଦୁଇଜଣଙ୍କୁ ଗିରଫ କରି ଚାର୍ଜସିଟ୍ ଦାଖଲ କରିଥିଲା।

ସାକ୍ଷୀଙ୍କ ବୟାନ ଶୁଣି ପ୍ରମାଣ ଯାଞ୍ଚ କରିବା ପରେ ବ୍ରହ୍ମପୁରର ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ୍ ଡାକ୍ତର ତ୍ରିପାଠୀ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। କୋର୍ଟ ତାଙ୍କ ଦୁଇ ସହଯୋଗୀଙ୍କୁ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

Comments are closed.