Latest Odisha News

BREAKING NEWS

ଶିମୁଳିଆ ବିଡିଓ ଆତ୍ମହତ୍ୟା କରିବା ପଛର କାରଣ କ’ଣ..? ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ ପତ୍ନୀ

ଶିମୁଳିଆ: ଶିମୁଳିଆ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ବିଶ୍ୱରଂଜନ ମହାନ୍ତିଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ତାଙ୍କ ପତ୍ନୀ ନିବେଦିତା ରାଉତଙ୍କ ବୟାନ ଘଟଣାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପ୍ରଥମେ ନିବେଦିତା ରାଉତ ତାଙ୍କ ସ୍ୱାମୀଙ୍କ ହତ୍ୟା ଆଶଙ୍କା ପ୍ରକାଶ କରିଛନ୍ତି। ତେବେ ପରବର୍ତ୍ତୀ ବୟାନରେ ସେ ସ୍ୱୀକାର କରିଛନ୍ତି ଯେ ବିଶ୍ବରଂଜନ ମହାନ୍ତି ଅତ୍ୟଧିକ ଚାପରେ ଥିଲେ, ଯାହା ତାଙ୍କୁ ଆତ୍ମହତ୍ୟା କରିବାର ଚରମ ପଦକ୍ଷେପ ନେବାକୁ ପ୍ରେରିତ କରିଛି।

ବିଡିଓଙ୍କ ଆତ୍ମହତ୍ୟା ପରେ ପରିବାରର ମୁଖ୍ୟତଃ କାମ ଚାପରୁ ଅବସାଦର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି। ତାଙ୍କ ଅନ୍ତିମ ସଂସ୍କାରରେ ତାଙ୍କ ସହକର୍ମୀ, ଉପରିସ୍ଥ ଅଧିକାରୀ କିମ୍ବା ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଯୋଗ ଦେଇନଥିବାରୁ ନିବେଦିତା ରାଉତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ତଦନ୍ତର ଆନ୍ତରିକତା ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି, ସେ ଆତ୍ମହତ୍ୟା କରିଛନ୍ତି, କିନ୍ତୁ ଏପରି କଣ ହେଲା ଯେ ସେ ଏତେ କଠୋର ପଦକ୍ଷେପ ନେବାକୁ ବାଧ୍ୟ ହେଲେ? ସେ ବିଷୟରେ ଆମେ ଏପର୍ଯ୍ୟନ୍ତ ଅନ୍ଧାରରେ ରହିଛୁ। ବିଡିଓଙ୍କ ମୋବାଇଲ ଫୋନ ପୁଲିସ ପାଖରେ ଅଛି। ପୋଲିସ ଏବେ କଲ୍ ରେକର୍ଡ ଯାଞ୍ଚ କରିବ। କିନ୍ତୁ ତଦନ୍ତରୁ କିଛି ମିଳିବ ନାହିଁ ବୋଲି ସେ କାନ୍ଦି କାନ୍ଦି କହିଛନ୍ତି।

ଅନ୍ୟପଟେ ବିଡିଓଙ୍କ ମାମୁଁ ଅଭୟ କୁମାର ଦାସ ସମ୍ଭାବ୍ୟ କାର୍ଯ୍ୟ ସମ୍ବନ୍ଧୀୟ ବିବାଦ ଉପରେ ଆଲୋକପାତ କରିଛନ୍ତି। ବିଲ୍ ପୈଠକୁ ନେଇ ମୃତ ବିଡିଓ ଓ ଠିକାଦାରଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିବା ସେ ଉଲ୍ଲେଖ କରିଛନ୍ତି। ଶ୍ରୀ ମହାନ୍ତିଙ୍କ ଏହି ଦୁଃଖଦ ନିଷ୍ପତ୍ତି ପଛର ଅନ୍ତର୍ନିହିତ କାରଣ ଗୁଡ଼ିକର ପର୍ଦ୍ଦାଫାସ କରିବା ପାଇଁ ଏକ ତଦନ୍ତର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ପୂର୍ବରୁ ବିଡିଓଙ୍କ ମହାନ୍ତିଙ୍କ ବାପା ନରେନ୍ଦ୍ର ମହାନ୍ତି ଅଭିଯୋଗ କରିଥିଲେ ଯେ, ଜିଲ୍ଲାପାଳଙ୍କ ଛୁଟି ନ ମିଳିବାରୁ ତାଙ୍କ ପୁଅ କାମରେ ଯୋଗ ଦେବା ପରେ ଘରକୁ ଫେରି ପାରିନଥିଲା। ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି ଜିଲ୍ଲାପାଳ ଦତ୍ତାତ୍ରେୟ ଭଉସାହେବ ସିନ୍ଦେ ଖଣ୍ଡନ କରିଛନ୍ତି।

Leave A Reply

Your email address will not be published.